ETV Bharat / state

କଟକ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ନିଆଳି ଓ କଣ୍ଟାପଡ଼ା ବ୍ଲକର ନଦୀବନ୍ଧ ସ୍ଥିତି ସମୀକ୍ଷା

କଟକ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ । ନିଆଳି ଓ କଣ୍ଟାପଡ଼ା ବ୍ଲକର ନଦୀବନ୍ଧ ସ୍ଥିତି ସମୀକ୍ଷା କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି କଟକ ଜିଲ୍ଲା ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି । ଅଧିକ ପଢନ୍ତୁ

କଟକ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ନଦୀବନ୍ଧ ସଦୃଢ ପାଇଁ ଦେଲେ ପ୍ରତିଶୃତି

author img

By

Published : Aug 18, 2022, 5:08 PM IST

ନିଆଳି: କଟକ ଜିଲ୍ଲାପାଳଙ୍କ ବନ୍ଯାଞ୍ଚଳ ପରିଦର୍ଶନ । କଟକ ଜିଲ୍ଲାର ନିଆଳି ଓ କଣ୍ଟାପଡ଼ା ବ୍ଲକ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ।

କଟକ ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ନଦୀବନ୍ଧ ସଦୃଢ ପାଇଁ ଦେଲେ ପ୍ରତିଶୃତି

କଟକ ଜିଲ୍ଲାପାଳ ଆଜି ପ୍ରଥମେ କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣ ସାଇଲୋ ପଞ୍ଚୟତ ଅନ୍ତର୍ଗତ କନ୍ଦଳ ନଦୀ ଆଡିବନ୍ଧ ପରିଦର୍ଶନ କରିବା ସହ ବନ୍ୟା ପାଣି ଘେରରେ ଥିବା ବିପନ୍ନ ମାନଙ୍କୁ ଭେଟିଛନ୍ତି । ଏହାସହ ନଦୀବନ୍ଧ ସ୍ଥିତି ପରିକ୍ଷିବା ସହ ନଦୀବନ୍ଧ ସଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ । ବିଶେଷ କରି ଚାଷୀ ମାନଙ୍କ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ଏହାପରେ ନିଆଳି ବ୍ଲକର ବିଭିନ୍ନ ନଦୀବନ୍ଧ ପରିଦର୍ଶନ କରିଛନ୍ତି । କନ୍ଦଳ, ଦେବୀ ନଦୀରେ ଘଳିଆ ସ୍ଥାନ ଚିହ୍ନଟ ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ବୋଲି ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ କଣ୍ଟାପଡ଼ା ଜଳ ସମ୍ପଦ ଉପଖଣ୍ଡ ଅଧିକାରୀ, ତହସିଲଦାର, ବିଡ଼ିଓ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ନିଆଳି ବ୍ଲକର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.