ETV Bharat / state

ବଡ଼ମ୍ବା ଧନେଶ୍ଵର ମୃତ୍ୟ ଘଟଣା, ସଠିକ୍ ଦିଗରେ ତଦନ୍ତ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Feb 8, 2023, 7:22 PM IST

ବଡ଼ମ୍ବା ରେଞ୍ଜ ଅଫିସରେ ଅଭିଯୁକ୍ତ ଧନେଶ୍ବର ମୃତ୍ୟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ପଢନ୍ତୁ

ସଠିକ୍ ଦିଗରେ ତଦନ୍ତ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବଡ଼ମ୍ବା ଧନେଶ୍ଵର ମୃତ୍ୟ ଘଟଣା, ସଠିକ୍ ଦିଗରେ ତଦନ୍ତ ନେଇ ନିର୍ଦ୍ଦେଶ

କଟକ: ବଡ଼ମ୍ବା ରେଞ୍ଜ ଅଫିସରେ ଅଭିଯୁକ୍ତ ଧନେଶ୍ବର ମୃତ୍ୟ ଘଟଣା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଗୋଟିଏ ପକ୍ଷରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଧନେଶ୍ଵର ବେହେରାଙ୍କ ମୃତ୍ୟକୁ ନେଇ ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ଏହି ଘଟଣା ବର୍ତ୍ତମାନ କଟକରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଧନେଶ୍ବରଙ୍କ ମୃତ୍ୟୁକୁ ନେଇ ଏବେବି କାରଣ ଅସ୍ପଷ୍ଟ ରହିଛି । କେମିତି ଧନେଶ୍ବରଙ୍କ ମୃତ୍ୟ ଘଟିଲା ସେନେଇ ସନ୍ଦେହ ଘେରରେ ରହିଛି ପୋଲିସ ।

ଅଭିଯୁକ୍ତ ଧନେଶ୍ବରଙ୍କ ମୃତ୍ୟୁ ଡିଗ୍ରୀ ନାଁ ଆଉ କେଉଁ କାରଣରୁ ହୋଇଛି ତାହା ଏଯାବତ ଜଣା ପଡ଼ିନାହିଁ । ଗତ ସୋମବାର ଦିନ ଏହି ଅଘଟଣ ଘଟିଥିଲା । ତେବେ ଧନେଶ୍ଵରଙ୍କ ମୃତଦେହ ବ୍ୟବଚ୍ଛେଦ ସମୟରେ ତାଙ୍କ ଦେହରରେ ମାଡ଼ ଚିହ୍ନ ରହିଥିଲା । ଯାହା ଥାର୍ଡ ଡିଗ୍ରୀକୁ ଇଙ୍ଗିତ କରୁଛି ବୋଲି କୁହାଯାଉଛି । ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ କୁହାଯାଇଛି ।

ଏହା ବି ପଢନ୍ତୁ...ଆଉ ୫ ଦିନ ରିମାଣ୍ଡରେ ଗୋପାଳ, ଘଟଣାସ୍ଥଳରେ ଅନୁଧ୍ୟାନ କରି ଫେରିଲେ ଜଷ୍ଟିସ ଦାସ ଓ ଡିଜିପି

ହାତୀକୁ ହତ୍ୟା କରିଥିବା ସନ୍ଦେହରେ ବଡମ୍ବା ରେଞ୍ଜରେ ଅଭିଯୁକ୍ତକୁ ପଚରାଉଚରା କରାଯାଇଥିଲା । ଏହି ସମୟରେ ତାଙ୍କର ବନବିଭାଗ ହେପାଜତରେ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିଲା । ମୃତକ ଜଣକ ହେଲେ ବଡମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗାଁର ୫୯ ବର୍ଷୀୟ ଧନେଶ୍ବର ବେହେରା । ଉକ୍ତ ଘଟଣାରେ ଆଠଗଡ଼ ଥାନାରେ ଆଠଗଡ ବନଖଣ୍ଡର ୨ ଏସିଏଫ୍, ବଡ଼ମ୍ବା ରେଞ୍ଜରଙ୍କ ସମେତ ଅନେକ ବନ କର୍ମଚାରୀଙ୍କୁ ଅଟକ ରଖି ପଚାରାଉଚରା ଜାରି ରଖିଛି ପୋଲିସ । ଗତ ୩୦ ତାରିଖରେ ବଡ଼ମ୍ବା ରେଞ୍ଜର ମାଣିଆବନ୍ଧ ବିଟ୍‌ ହିନ୍ଦୋଳ ପାଖ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ହାତୀ ମୃତ୍ୟୁ ଘଟଣାର ତଦନ୍ତ କରୁଥିଲା ବଡମ୍ବା ବନ ବିଭାଗ । ଏହି ଘଟଣାରେ ଧନେଶ୍ବରଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା ପୋଲିସ । ପରେ ଅଭିଯୁକ୍ତ ଧନେଶ୍ବରଙ୍କର ବନବିଭାଗ ହେପାଜତରେ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.