ETV Bharat / state

ନିଆଳି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା, ଯୋଗଦେଲେ କଟକ ଜିଲ୍ଲାପାଳ

author img

By

Published : Jan 29, 2023, 10:40 PM IST

ମନ ମୋହିଲା ନିଆଳି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା । ଶୀତୁଆ ସନ୍ଧ୍ୟା ସାଙ୍ଗକୁ ସମ୍ବଲପୁରୀ ଗୀତ ଏବଂ କମେଡିରେ ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

ନିଆଳି ମହୋତ୍ସବ
ନିଆଳି ମହୋତ୍ସବ
ନିଆଳି ମହୋତ୍ସବ

ନିଆଳି: ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ନିଆଳି ମହୋତ୍ସବ । ଦ୍ବିତୀୟ ସନ୍ଧ୍ୟାରେ କମେଡି ଲହ ସମ୍ବଲପୁରୀ ଗୀତରେ ଝୁମିଲେ ଅଞ୍ଚଳବାସୀ । ଶନିବାର ସନ୍ଧ୍ୟା ଥିଲା ମହୋତ୍ସବର ଦ୍ବିତୀୟ ଦିନ । କଟକ ଜିଲ୍ଲା ନିଆଳି ମାଘ ସପ୍ତମୀ ପଡ଼ିଆରେ ୬ଷ୍ଠ ନିଆଳି ମହୋତ୍ସବରେ ଦ୍ବିତୀୟ ସନ୍ଧ୍ୟାରେ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା।

ମଞ୍ଚରେ କଟକର ଲୋକଶାସ୍ତ୍ର ପକ୍ଷରୁ ପଶ୍ଚିମ ଓଡ଼ିଶାର ସମ୍ବଲପୁରି ଡାଲଖାଇ, ପୁରୀର ମାଲଖମ ବେଶ ବିମୋହିତ କରିଥିଲା ଦର୍ଶକମାନଙ୍କୁ। ଏହାସହ କମେଡି କିଙ୍ଗ ପ୍ରଜ୍ଞା ଓ ଶଙ୍କରଙ୍କ କମେଡିରେ ବେଦମ ହସିଥିଲେ ଉପସ୍ଥିତ ଦର୍ଶକ। ସେହିପରି ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଓ ତାଙ୍କ ଟିମ୍ ଦମଦାର ଗୀତ ଶିତୁଆ ସଂଧ୍ୟା ଉଷୁମ ହୋଇଥିଲା। ନିଆଳି ମହୋତ୍ସବ ମଞ୍ଚରେ ସ୍ଥାନୀୟ କଳାକାର ଏବଂ ନିମନ୍ତ୍ରିତ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ଦ୍ବିତୀୟ ସନ୍ଧ୍ୟାରେ କଟକ ଜିଲ୍ଲାପାଳ ଭବାନି ଶଙ୍କର ଚୟିନୀ ପ୍ରଦିପ୍ତ ଜାଳି ମହୋତ୍ସବକୁ ଉଦଘାଟନ କରିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ କଟକ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅମ୍ବର କର, ସଦର କଟକ ଏସଡିପିଓ, ନିଆଳି ଥାନା ଆଇଆଇସି, ନିଆଳି ସରପଞ୍ଚ ବବିତା ରାଣୀ ବେହେରା, ଜିଲ୍ଲାପରିଷଦ ସଭ୍ୟ ଏବଂ ନିଆଳି ବିଧାୟକ ତଥା ମହୋତ୍ସବ ସଭାପତି ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ଦ୍ବାରା ଭାଇଚାରାର ସୃଷ୍ଟି ହେବା ସହ ଐତିହ୍ୟ, ସଂସ୍କୃତିକୁ ସାଉଁଟି ହେବ ବୋଲି କହିଥିଲେ ଅତିଥି ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା, ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ରାଜଧାନୀ

ସେହିପରି ନିଆଳି ମହୋତ୍ସବ ପଡ଼ିଆରେ ଶତାଧିକ ଦୋକାନ ବଜାର ଯୋଗୁଁ ବିଭିନ୍ନ ଘର କରଣା ଜିନିଷ ମଧ୍ୟ ଉପଲବ୍ଧ ହେଉଛି। ନିଆଳି ମହୋତ୍ସବ ୨୦୧୮ ମସିହାରୁ ଆରମ୍ଭ ହୋଇଛି। ଗୋଟିଏ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବା ମିଳୁଥିବାରୁ ନିଆଳି ଓ ଏହାର ଆଖପାଖ ଅଞ୍ଚଳର ଦର୍ଶକ ବେଶ ଖୁସି ଅନୁଭବ କରିଛନ୍ତି। ଏହି ମହୋତ୍ସବ ପାଞ୍ଚ ଦିନ ଧରି ଚାଲିବ।

ଏନେଇ କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ କହିଛନ୍ତି, "ବହୁତ ମନୋଜ୍ଞ ପରିବେଶ । ବହୁତ ଖୁସି ଲାଗୁଛି ଏଠାକୁ ଆସି । ବହୁତ ଜନସମାଗମ ହୋଇଛି । ନିଆଳିର ଆର୍ଥନୈତିକ, ସାସ୍କୃତିକ କ୍ଷେତ୍ରରେ ଏହା ବେସ ସହାୟକ ହେବ । ଏଭଳି ଏକ କାର୍ଯ୍ୟକ୍ରମ ପାଇଁ ବିଧାୟକ ଏବଂ ସ୍ଥାନୀୟ କର୍ମୀମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.