ETV Bharat / state

ମାଇକ୍ରୋ କଣ୍ଟେନମେଣ୍ଟ ହେଲା କଟକ ସିଭିଲ କୋର୍ଟ କମ୍ପ୍ଲେକ୍ସ

author img

By

Published : Jan 14, 2022, 3:05 PM IST

Updated : Jan 14, 2022, 3:29 PM IST

ରାଜ୍ୟରେ ବଢିଛି କୋରୋନା ସଂକ୍ରମଣ । ଏହାରି ମଧ୍ୟରେ କଟକ ସିଭିଲ କୋର୍ଟ କମ୍ପ୍ଲେକ୍ସକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ମାଇକ୍ରୋ କଣ୍ଟେନମେଣ୍ଟ ହେଲା କଟକ ସିଭିଲ କୋର୍ଟ କମ୍ପ୍ଲେକ୍ସ
ମାଇକ୍ରୋ କଣ୍ଟେନମେଣ୍ଟ ହେଲା କଟକ ସିଭିଲ କୋର୍ଟ କମ୍ପ୍ଲେକ୍ସ

କଟକ: ମାଇକ୍ରୋ କଣ୍ଟେନମେଣ୍ଟ ହେଲା କଟକ ସିଭିଲ କୋର୍ଟ କମ୍ପ୍ଲେକ୍ସ । 39 ଜଣ ପଜିଟିଭ ଚିହ୍ନଟ ହେଲା ପରେ ଆଜି(ଶୁକ୍ରବାର) କୋର୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି କଟକ ମହାନଗର ନିଗମ । କମ୍ପ୍ଲେକ୍ସର ସମସ୍ତ ଗେଟକୁ ସିଏମସି ଟିମ ତାଲା ପକାଇଛି ।

ତେବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାସହ ଜରୁରୀକାଳୀନ ସେବା ପାଇଁ ସିଏମସି ପକ୍ଷରୁ ଗଠନ ହୋଇଛି ଟିମ । ତେବେ ଦିନକୁ ଦିନ କଟକରେ ପଜିଟିଭ ରେଟ ବଢୁଥିବାରୁ ଅନେକ ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଥିବା ଚିତ୍ର ସାମ୍ନାକୁ ଆସିଲାଣି ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ ୧୦୨୭୩ ପଜିଟିଭ, 4 ମୃତ

ଏହାରି ମଧ୍ୟରେ ଶୁକ୍ରବାର ରାଜ୍ୟରେ ୧୦ ହଜାର ଟପିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୨୭୩ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦୬୫ କିଶୋର କିଶୋରୀ ରହିଥିବା ବେଳେ ୫୯୬୨ କ୍ବାରେଣ୍ଟାଇନ ସେଣ୍ଟର ଓ ୪୩୧୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି 4 ଜଣଙ୍କ ଜୀବନ ନେଇଛି କୋରୋନା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 14, 2022, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.