ETV Bharat / state

ଅନୁଭବଙ୍କୁ ସାଂସଦ ପଦରୁ ବହିଷ୍କାର କରାଯାଉ: କଟକ ନଗର ମହିଳା ବିଜେପି ମୋର୍ଚ୍ଚା - kendrapara mp anubhav mohanty

ଅନୁଭବଙ୍କୁ ବିରୋଧ କରି ସାଂସଦ ପଦରୁ ବହିଷ୍କାର କରିବାକୁ ଦାବି କରିଛି କଟକ ନଗର ମହିଳା ବିଜେପି ମୋର୍ଚ୍ଚା । ଅଧିକ ପଢନ୍ତୁ...

ଅନୁଭବଙ୍କୁ ସାଂସଦ ପଦରୁ ବହିଷ୍କାର କରାଯାଉ; କଟକ ନଗର ମହିଳା ବିଜେପି ମୋର୍ଚ୍ଚା

author img

By

Published : Sep 7, 2020, 6:52 PM IST

କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ବଢୁଛି ଅଡ଼ୁଆ। ଷ୍ଟାର ଦମ୍ପତିଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଅନୁଭବଙ୍କୁ ବିରୋଧକରି କଟକରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକ ନଗର ମହିଳା ବିଜେପି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅନୁଭବଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ମହିଳା ମୋର୍ଚ୍ଚା ।

ଅନୁଭବଙ୍କୁ ସାଂସଦ ପଦରୁ ବହିଷ୍କାର କରାଯାଉ; କଟକ ନଗର ମହିଳା ବିଜେପି ମୋର୍ଚ୍ଚା

ତେବେ ବର୍ଷାଙ୍କୁ ନ୍ୟାୟ ଦେବା ସହ ଅନୁଭବଙ୍କୁ ସାଂସଦ ପଦରୁ ବହିଷ୍କାର କରିବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା। ନଚେତ ଆଗାମୀ ଦିନରେ ପ୍ରତି ୱାର୍ଡ ସ୍ଥରରେ ବିରୋଧ କରିବାକୁ ଚେତାବନୀ ଦିଆଯାଇଛି ।

ଏଠାରେ ସୂଚନାଥାଉ ଯେ, ଅନୁଭବଙ୍କ ବାସଭବନରେ ପହଞ୍ଚିଲା ଜିଲ୍ଲା ସୁରକ୍ଷା ଅଧିକାରୀ । ୩ ଜଣିଆ ସଦସ୍ୟ ଅନୁଭବଙ୍କ ବାସଭବନରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ଏହାସହ ଜିଲ୍ଲା ପ୍ରୋଟେକ୍ସନ ଅଫିସରଙ୍କ ନିକଟରେ ବର୍ଷା ପ୍ରିୟଦର୍ଶିନୀଙ୍କର ବୟାନ ରେକର୍ଡ କରାଯାଇଥିବା ବେଳେ ଶୁଣାଣିକୁ ଅକ୍ଟୋବର 12 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ସେପଟେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଛାଡପତ୍ର ମାମଲାକୁ ନେଇ ବର୍ଷାଙ୍କ ପାଖକୁ କୌଣସି ନୋଟିସ ଆସିନାହିଁ । ଯଦି ଆସେ ତେବେ ମାମଲାକୁ କଟକକୁ ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.