ETV Bharat / state

Moquim Press Meet: କଟକ ସହରରେ ଉନ୍ନତିକରଣ ନେଇ କରାଯାଉଛି କି ରାଜନୀତି ? - ବାରବାଟୀ ବିଧାୟକ ମହମ୍ମଦ ମୋକିମ

ସାଧାରଣ ନିର୍ବାଚନ ପୂର୍ବରୁ କଟକରେ ବଢ଼ିଲାଣି ନିର୍ବାଚନୀ ତାତି । ଦୀର୍ଘଦିନରୁ କଂଗ୍ରେସରେ କୋଣଠେସା ହୋଇ ରହିଥିବା ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପିସିସି କମିଟିରେ ସାମିଲ କରିବାର ଦିନକ ପରେ ପ୍ରେସମିଟ କରି ପୁଣି ରାଜନୈତିକ ଚର୍ଚ୍ଚାକୁ ଆସିଛନ୍ତି । ଅଧିକ ପଢ଼ନ୍ତୁ

Moquim Press Meet
ମୋକିମଙ୍କ ପ୍ରେସମିଟ
author img

By

Published : Apr 26, 2023, 10:35 PM IST

ମୋକିମଙ୍କ ପ୍ରେସମିଟ

କଟକ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଯଦିଓ ଆହୁରି ଅନେକ ସମୟ ଅଛି, ତଥାପି କଟକ ସହରରେ ଏବେଠାରୁ ଭରିଲାଣି ନିର୍ବାଚନୀ ଉଷ୍ମତା । ଗତ ୨ ଦିନ ପୂର୍ବରୁ କଟକ ରିଙ୍ଗ ରୋଡ଼ ୬ ଲେନ ବିଶିଷ୍ଟ କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥିପାଇଁ ୧୨୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ ଏହି ପ୍ରସଙ୍ଗକୁ ନେଇ କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଆଜି ସାମ୍ବାଦିକ ସମ୍ମିଳନୀରେ ସମସ୍ତ ରିଙ୍ଗ ରୋଡ଼କୁ ୬ ଲେନ କରିବାକୁ ଦାବି କରିଛନ୍ତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋକିମ କହିଛନ୍ତି, "କଟକ ସହରରେ ଯେଉଁ ରିଙ୍ଗ ରୋଡ଼ ରହିଛି, ତାହା ବହୁତ ପୁରୁଣା । ସେତେବେଳେ ସେହି ସମୟର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ତାହା ନିର୍ମାଣ କରାଯାଇଥିଲା । ମାତ୍ର ତାହାର ତୁଳନାରେ ବର୍ତ୍ତମାନର ଜନସଂଖ୍ୟା ବହୁତ ବଢି ଗଲାଣି । ଯେଉଁ କାରଣରୁ ସବୁବେଳେ ଭିଡ଼ ରହୁଛି ।" ତେଣୁ ସହରର ସମସ୍ତ ରିଙ୍ଗ ରୋଡ଼କୁ ୬ ଲେନ କରିବାକୁ ସେ ଦାବି କରିଛନ୍ତି । କେବଳ ସେତିକି ନୁହେଁ, ମହାନଦୀକୁ ନପୋତି ପିଲାର ସାହାଯ୍ୟରେ ଏହି ରୋଡ଼ କାର୍ଯ୍ୟ କରାଯାଉ ବୋଲି ସେ ଦାବି କରିଛନ୍ତି । ଯାହା ଫଳରେ ମହାନଦୀ ଜଳ ପ୍ରବାହରେ କୌଣସି ସମସ୍ୟା ଆସିବ ନାହିଁ ବୋଲି ସେ କହିଛନ୍ତି ।

ତେବେ ମୋକିମଙ୍କ ହଠାତ ପ୍ରେସମିଟକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହେଉଛି । ମୋକିମ ଯଦିଓ କଂଗ୍ରେସରେ କୋଣଠେସା ହୋଇପଡିଥିଲେ, ମାତ୍ର ଶରତ ପଟ୍ଟନାୟକଙ୍କ ଟିମରେ ତାଙ୍କୁ ପଦବୀ ମିଳିବା ଏବଂ ଏହାର ପରଦିନ ମୋକିମ ରାଜନୀତିରେ ସକ୍ରିୟ ହେବା, ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସତରେ ମୋକିମ କଣ କଂଗ୍ରେସରେ ରହି ଆସନ୍ତା ନିର୍ବାଚନ ଲଢ଼ିବେ ! ନା ଅନ୍ୟ କେଉଁ ଦଳକୁ ଯିବେ ? ତେବେ ଉଭୟ ବିଜେଡି ଏବଂ ବିଜେପିକୁ ପୂର୍ବରୁ କଡା ସମାଲୋଚନା କରୁଥିବା ମୋକିମ କିନ୍ତୁ ଶାସକ ଦଳ ବିରୋଧରେ କୌଣସି କଥା କହିନାହାନ୍ତି । ଯାହାକୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି । କେହି କେହି କହୁଛନ୍ତି ରିଙ୍ଗ ରୋଡ଼ ସମ୍ପ୍ରସାରଣ କରିବା, ଶାସକ ଦଳ ପାଇଁ ଆସନ୍ତା ସାଧାରଣ ନିର୍ବାଚନରେ ବେଶ ସହାୟକ ହେବ । ଏହା ବିଜେଡିର ଭୋଟ ବ୍ୟବଧାନ ବୃଦ୍ଧି କରିବ । କାରଣ ସହରବାସୀ ଏହି ପ୍ରକଳ୍ପରୁ ଅନେକ ମାତ୍ରାରେ ଉପକୃତ ହେବେ । ନୂତନ ବସଷ୍ଟାଣ୍ଡକୁ ରିଙ୍ଗ ରୋଡ଼ ସମ୍ପ୍ରସାରଣ ଯାହାକି ବିଜେଡି ପାଇଁ ଭଲ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି । ତେବେ ଏହା ମୋକିମଙ୍କ ପାଇଁ ଚିନ୍ତାର କାରଣ ବି ହୋଇପାରେ । କାରଣ ଯଦି ଶାସକ ଦଳ ଏସବୁ କାର୍ଯ୍ୟ କରିଦେବ, ତେବେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ମୋକିମଙ୍କ ପତିଆରା କୁଆଡେ କମିଯିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ନୂଆ ସେତୁ ନିର୍ମାଣ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହାରି ଭିତରେ କଟକ ରିଙ୍ଗ ରୋଡ଼ ୬ ଲେନ୍ ବିଶିଷ୍ଟ କରିବାକୁ ମଧ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଖାନ ନଗର ଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । ଏହି ରିଙ୍ଗ ରୋଡ଼ ୬ ଲେନ୍ କରିବା ପାଇଁ ୧୨୧ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାଦ୍ବାରା କଟକ ସହରର ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି କୁହାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.