କଟକ: ପୁଣି ଜଣେ ବିଧାୟକଙ୍କୁ କୋରୋନା । କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେ ଗତ ୩ ରୁ ୪ ଦିନ ହେବ ଥଣ୍ଡା ଜ୍ଵରରେ ପୀଡିତ ଥିଲେ।
ତାଙ୍କର କୋରୋନା ଲକ୍ଷଣ ଦେଖାଯିବାରୁ ସେ ଆଜି କୋଭିଡ ପରୀକ୍ଷା କରିଥିଲେ। ରିପୋର୍ଟ ପଜେଟିଭ ଆସିଥିବା ସେ ସୂଚନା ଦେଇଛନ୍ତି। ତେବେ ସେ ସୁସ୍ଥ ଥିବା କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ