ETV Bharat / state

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ କଟକରେ ପ୍ରସ୍ତୁତି ଶେଷ

author img

By

Published : Feb 15, 2022, 8:31 PM IST

କଟକ ଜିଲ୍ଲାର ୩ଟି ବ୍ଲକରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ମାହାଙ୍ଗା, ନରସିଂହପୁର ଓ ସଦର ବ୍ଲକର ମୋଟ ୧୪୫୧ ବୁଥ୍‌ରେ ମତଦାନ ହେବ । ଅଧିକ ପଢ଼ନ୍ତୁ

cuttack administration prepared for first faze panchayat election
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ କଟକରେ ପ୍ରସ୍ତୁତି ଶେଷ

କଟକ: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ । ଆସନ୍ତାକାଲି(ବୁଧବାର) କଟକ ଜିଲ୍ଲାର ୩ଟି ବ୍ଲକରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ମାହାଙ୍ଗା, ନରସିଂହପୁର ଓ ସଦର ବ୍ଲକର ମୋଟ ୧୪୫୧ ବୁଥ୍‌ରେ ମତଦାନ ହେବ । କେବଳ ମାହାଙ୍ଗାର ୫୨୩ଟି ବୁଥ୍‌ରେ ଆସନ୍ତାକାଲି ମତଦାନ ହେବ ।

ଜବାହରଲାଲ ନେହେରୁ କଲେଜରେ ହୋଇଥିବା ଡିସପରସଲ ସେଣ୍ଟରରୁ ପୋଲିଂ ପାର୍ଟି ନିଜ ନିଜର ବୁଥ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଧିକାଂଶ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଅତି ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ଭିଡିଓଗ୍ରାଫି କରାଯିବ । ଏହାକୁ ନେଇ କଟକ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନିର୍ବାଚନକୁ ସୁରୁଖୁରୁରେ ଶେଷ କରିବାକୁ ଜନସାଧାରଣଙ୍କଠାରୁ ବ୍ୟାପକ ସମର୍ଥନ ମିଳୁଛି । ତା ସହିତ ସମସ୍ତ ପ୍ରାର୍ଥୀ ମଧ୍ୟ ସହଯୋଗ କରୁଛନ୍ତି । କଟକରେ ନିର୍ବାଚନ ସୁରୁଖୁରୁରେ ଶେଷ ହେବା ନେଇ ଆଶାବାଦୀ ଅଛନ୍ତି କଟକ ଉପ ଜିଲ୍ଲାପାଳ ପ୍ରତାପ ବେଉରିଆ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.