କଟକ: କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ସତର୍କତା ସହ ସଚେତନତା ସୃଷ୍ଟି ପାଇଁ ମାସ୍କ ବାଣ୍ଟିଲେ କଟକ ବାରବାଟୀ ବିଧାୟକ । ଏନେଇ ସିଲଭରିସିଟିରେ ମାସ୍କ ବାଣ୍ଟିବା ସହ ସଚେତନତାର ବାର୍ତା ଦେଇଛନ୍ତି ମହମ୍ମଦ ମୋକିମ । ସହରର ଗଳିକନ୍ଦି ବୁଲି କିପରି ନିଜେ ନିଜକୁ ସ୍ବଚ୍ଛ ଓ ପରିମଳ ରଖିପାରିବ ସେନେଇ ଲୋକଙ୍କୁ ସଚେତନ କରାଇଛନ୍ତି ବିଧାୟକ ।
ଏହାସହ ସାନିଟାଇଜର ଓ ମାସ୍କ ମଧ୍ୟ ବଣ୍ଟନ କରିଛନ୍ତି । ତେବେ ବିଧାୟକଙ୍କ କହିବାନୁସାରେ, ଲୋକମାନେ ଭୟଭୀତ ନହୋଇ କୋରୋନାକୁ ପରାସ୍ତ କରିବାର ସାହାସ ରଖିବା ଦରକାର । ନିଜେ ପରିଷ୍କାର ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ବାର୍ତା ବାଣ୍ଟି ଚାଲିଲେ କରୋନାକୁ ପ୍ରତିହତ କରାଯାଇ ପାରିବ ବୋଲି ସେ କହିଛନ୍ତି ।
କୋରୋନା ଭାଇରସ ଏବେ ସାରା ବିଶ୍ବବାସୀଙ୍କ ଚିନ୍ତା ବଢାଇ ଦେଇଛି । କାରଣ ଏହାର ନିରାକରଣକୁ ନେଇ ଏପର୍ଯ୍ୟନ୍ତ ଜାରି ରହିଛି ପରୀକ୍ଷା ନିରୀକ୍ଷା । ତେବେ ରହି ମହାମାରୀକୁ ରୋକିବାକୁ ହେଲେ ସମସ୍ତେ ପରିଷ୍କାର ରହିବା ନିତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ