ETV Bharat / state

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର ଜେରା ଆରମ୍ଭ - କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଆଜି ଦ୍ବିତୀୟ ଦିନରେ ଜେରା କରୁଛି କ୍ରାଇମବ୍ରାଞ୍ଚ। ଅଧିକ ପଢ଼ନ୍ତୁ

crime branch interrogation to accused in manas murder case
କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ର ଜେରା ଆରମ୍ଭ
author img

By

Published : Mar 30, 2022, 12:21 PM IST

କଟକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଆଜି ଦ୍ବିତୀୟ ଦିନରେ ଜେରା କରୁଛି କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସମେତ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଆଜି ବିଳମ୍ବରେ ଜେରା ଆରମ୍ଭ କରାଯାଇଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଥବାବେଳେ ମେମୋରି ଚିପ ରହସ୍ୟର ସତ୍ୟତା ନେଇ ଅଭିଯୁକ୍ତଙ୍କୁ ସାମନା କରିବ ତଦନ୍ତକାରୀ ଟିମ।

ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକଙ୍କୁ 5 ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଜ ମାରାଥନ ଜେରା ଆରମ୍ଭ କରିଛି। ଆଜି ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଜ ତମାମ ପ୍ରସଙ୍ଗ ନେଇ ଜେରା କରୁଛି। ଯେଉଁ ମେମୋରିଚିପକୁ ନେଇ ଚର୍ଚ୍ଚା ହେଉଛି, ସେଥିରେ କେତେ ସତ୍ୟତା ରହିଛି ତାହାକୁ ନେଇ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି।

ତେବେ ସମସ୍ତଙ୍କୁ ଆମନା ସାମ୍ନା କଲେ ଏହି ରହସ୍ୟର ସତ୍ୟାସତ୍ୟ ଜଣା ପଡିବ ବୋଲି କୁହାଯାଉଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ତଦନ୍ତ କାରୀ ଟିମକୁ ଭୁଲ ତଥ୍ୟ ଦେଉଥିବାର ନିଜ ନାମ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.