ETV Bharat / state

କଟକରେ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ - Covid supervisor

ସହରବାସୀ କିଭଳି ସାମାଜିକ ଦୂରତା ବଜାୟ ରଖିବେ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

covid-supervisor-sourav-garg-reviewed-the-situation-in-cuttack
କଟକରେ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ
author img

By

Published : Aug 1, 2020, 4:51 PM IST

କଟକ: ଆଜି(ଶନିବାର) କଟକ ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ଼ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । ଅନଲକ୍‌-୩ ନିର୍ଦ୍ଦେଶାବଳୀ ଅନୁଯାୟୀ ଦୋକାନ ବଜାର ଖୋଲିବ। ସହରବାସୀ କିଭଳି ସାମାଜିକ ଦୂରତା ବଜାୟ ରଖିବେ ସେନେଇ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

କଟକରେ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ

ବିଶେଷକରି ଦୋକାନ ବଜାରରେ କିଭଳି ସାମାଜିକ ଦୂରତା ବଜାୟ ରଖିବା ସହ ସମସ୍ତେ ମାସ୍କ ବ୍ୟବହାର କରିବେ ସେନେଇ ଲୋକମାନଙ୍କୁ ସଚେତନ କରାଯିବ। କଟକ ମହାନଗର ନିଗମର କମିଶନର ଓ କଟକ ଡିସିପି ଏନେଇ ଲୋକଙ୍କୁ ସଚେତନ କରାଇବେ। ଅନ୍ୟପଟେ କଟକ ଜିଲ୍ଲାପାଳ କହିଛନ୍ତି ସହରରେ କୋରୋନା ନିୟନ୍ତ୍ରଣ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.