ETV Bharat / state

'ଅର୍ଥତତ୍ତ୍ବ'ର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଦିଆଯିବ ନିଲାମ ଅର୍ଥ

author img

By ETV Bharat Odisha Team

Published : Jan 3, 2024, 10:06 PM IST

Chit fund Scam: ଚିଟଫଣ୍ଡ ସଂସ୍ଥା 'ଅର୍ଥତତ୍ତ୍ୱ'ର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଲେ OPID କୋର୍ଟ । ନିଲାମରୁ ମିଳିବାକୁ ଥିବା ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ: ଚିଟଫଣ୍ଡ ସଂସ୍ଥା 'ଅର୍ଥତତ୍ତ୍ୱ'ର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ । କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଂସ୍ଥାର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଅନୁଗୁଳ ଆଦି ସ୍ଥାନରେ ଥିବା ପ୍ରାୟ 110 ଏକରରୁ ଉର୍ଦ୍ଧ୍ବ ଜମି ବାଜ୍ୟାପ୍ତି ହେବ। ଏହାସହ ବିଭିନ୍ନ ବ୍ୟାଙ୍କରେ ଥିବା 2 କୋଟି17 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏବଂ 11ଟି ମୂଲ୍ୟବାନ ଗାଡି଼ ବ୍ୟାଜାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତି କରି ସାଧାରଣରେ ନିଲାମ କରିବାକୁ କୋର୍ଟ କହିଛନ୍ତି। ନିଲାମରୁ ମିଳିବାକୁ ଥିବା ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଏହି ଖବର ପାଇବା ପରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

OPID କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ସୁବ୍ରତ କୁମାର ମହାନ୍ତି କହିଛନ୍ତି, "ଚିଟଫଣ୍ଡ ସଂସ୍ଥା AT ଗ୍ରୁପ ବା ଅର୍ଥତତ୍ତ୍ୱ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ଓପିଆଇଡି କୋର୍ଟ। ଫ୍ରିଜ୍ ହୋଇଥିବା ୨ କୋଟି ୧୭ ଲକ୍ଷ ଟଙ୍କାକୁ ମଧ୍ୟ ବାଜ୍ୟାପ୍ତି କରିଛନ୍ତି କୋର୍ଟ । ତେବେ ବାଜ୍ୟାପ୍ତି ହୋଇଥିବା ସମ୍ପତ୍ତି ମଧ୍ୟରେ ୧୧୦ ଏକର ଜମି ଓ ୧୧ଟି ଦାମୀ ଗାଡିକୁ ମଧ୍ୟ ନିଲାମ ପାଇଁ ନିର୍ଦ୍ଦେଶ ମଧ୍ୟ ରହିଛି ।" କମ୍ପାନୀର ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବିଶେଷ କରି ଭୁବନେଶ୍ୱର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ଵର, ଗଞ୍ଜାମ, ପୁରୀ, ଅନୁଗୋଳରେ ଏହି ଜମିଗୁଡ଼ିକ ରହିଛି ।

ଏହା ମଧ୍ୟ ପଢନ୍ତୁ...ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବି, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଜମାକାରୀ

ଏହା ମଧ୍ୟ ପଢନ୍ତୁ...ଚିଟଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବି

ଏହା ମଧ୍ୟ ପଢନ୍ତୁ...Chit Fund: କମ୍ପାନୀର ୨୪ଏକର ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତିଗ୍ରସ୍ତଙ୍କୁ ବାଣ୍ଟିବାକୁ ନିର୍ଦ୍ଦେଶ

ତେବେ ନିଲାମରୁ ମିଳିବାକୁ ଥିବା ଅର୍ଥକୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏଟି ଗ୍ରୁପ ଦ୍ବାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ଏହି ଅର୍ଥରାଶି ବାଣ୍ଟିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଅର୍ଥତତ୍ତ୍ବ ଗ୍ରୁପ ନାଁରେ ପ୍ରାୟ ୬୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ୨୦୦୯ ରୁ ୨୦୧୨ ମଧ୍ୟରେ ଏହି ଠକେଇ ହୋଇଥିଲା। ଏହି ମାମଲାରେ ଅର୍ଥତତ୍ତ୍ୱ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସେଠୀ ଗିରଫ ହୋଇ ଜେଲରେ ଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.