କଟକ: ଆରମ୍ଭ ହୋଇଛି 2019 ସାଧାରଣ ନିର୍ବାଚନର ମତଗଣନା । ନିର୍ଦ୍ଧାରିତ ହେବ କିଏ ଗଢ଼ିବ ରାଜ୍ୟରେ ସରକାର ? ଏନେଇ 8 ଶହରୁ ଊର୍ଦ୍ଧ୍ବ କାଉଣ୍ଟିଂ ଅଫିସର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ କମିଶନରେଟ ପୋଲିସ ପକ୍ଷରୁ 12 ପ୍ଲାଟୁନ ପୋଲିସ ଓ ସିଆରପିଏଫ ଯବାନ ମୁତୟନ କରାଯାଇଛି ।
ବୋଷ କଲେଜରେ କଟକର 6 ଟି ନିର୍ବାଚନ ମଣ୍ଡଳୀ ଯଥା ବାରବାଟୀ, ସଦର , ଚୌଦ୍ବାର , ନିଆଳି , ସାଲେପୁର ଓ ମାହାଙ୍ଗାର ମତଦାନକୁ କାଉଣ୍ଟିଂ କରାଯାଉଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ