ETV Bharat / state

Cyclone Jawad: ଚିନ୍ତାରେ ଉପକୂଳ ଅଞ୍ଚଳ ଚାଷୀ - niali farmers worried for cyclone

ବାତ୍ୟା ଜୱାଦ(Cyclone Jawad) ନେଇ SRCଙ୍କ ସୂଚନା ପରେ ଚିନ୍ତାରେ ଉପକୂଳ ଜିଲ୍ଲାର ଚାଷୀ ଏବେ । ଧାନ କ୍ଷେତରେ ପାଚିଲା ଧାନକୁ ଓଦା ହେବାର ଦେଖି ସହିପାରୁନି ଚାଷୀ । ଅଧିକ ପଢନ୍ତୁ

Cyclone Jawad: ଚିନ୍ତାରେ ଉପକୂଳ ଅଞ୍ଚଳ ଚାଷୀ

author img

By

Published : Dec 4, 2021, 3:05 PM IST

ନିଆଳି: ବାତ୍ୟା ଜୱାଦ(Cyclone Jawad) ନେଇ SRCଙ୍କ ସୂଚନା ପରେ ଉପକୂଳ ଜିଲ୍ଲାର ଚାଷୀ ଏବେ ଚିନ୍ତାରେ । ପୁରୀରେ ଜୱାଦର ପ୍ରଭାବ ପଡିବାକୁ ନେଇ ଯବି ପୂର୍ବାନୁମାନ ଠିକ୍ ହୁଏ ତେବେ କଟକ ଜିଲ୍ଲା ନିଆଳି ଅଞ୍ଚଳ ଅଧିକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ଚିନ୍ତାରେ ପଡିଛନ୍ତି ଚାଷୀ ।

Cyclone Jawad: ଚିନ୍ତାରେ ଉପକୂଳ ଅଞ୍ଚଳ ଚାଷୀ

ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇ ଥିବାବେଳେ ଆଜି ସକାଳୁ ବର୍ଷା ଓ ହାଲୁକା ପବନ ବୋହିବା ଆରମ୍ଭ ହୋଇଛି । ଜଓ୍ବାଦକୁ ଆଖି ଆଗରେ ରଖି ନିଆଳି ପ୍ରଶାସନ ପକ୍ଷରୁ ୪ଟି ବାତ୍ଯା ଆଶ୍ରୟସ୍ଥଳୀ, ୬୪ଟି ଅସ୍ଥାୟୀ କେନ୍ଦ୍ର ପ୍ରସ୍ତୁତ କରାଯାଇ ଲୋକଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ କରି ଲୋକଙ୍କୁ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଣ୍ଟାପଡ଼ା, ବାଲିଅନ୍ତା ଓ ବାଲିପାଟଣା ବ୍ଲକ ପ୍ରଶାସନ ମଧ୍ୟ ସଜାଗ ରହିଛି । ଅନ୍ୟପଟେ ଜମିରେ ପାଚିଲା ଧାନ ପଡିରହିଛି । ଆଉ ସପ୍ତାହେ ଯାଇଥିଲେ ଖଳାକୁ ଆସିଥାନ୍ତା ଧାନ । ଏପରି ସମୟରେ ବାତ୍ୟାକୁ ନେଇ ଚିନ୍ତିତ ଚାଷୀ ।

କଟକ ଜିଲ୍ଲାର କଟକ ସଦର, ବାରଙ୍ଗ, କଣ୍ଟାପଡ଼ା ଓ ନିଆଳି, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ଏବଂ ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ବ୍ଲକର ଚାଷୀମାନଙ୍କ ମୁଖ୍ୟ ଜୀବିକା ଧାନ ଓ ପାନ । ପାଚିଲା ଧାନ ପାଇଁ ଉଭୟ ବର୍ଷା ଓ ପବନ ବିପଦର କାରଣ ହୋଇ ଥିବାବେଳେ ପାନ ପାଇଁ ପବନ ମଧ୍ୟ ଅଧିକ ବିପଦ । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ଧାନ ଓ ପାନଚାଷୀ ନାହିଁ ନଥିବା କ୍ଷତି ସହୁଛନ୍ତି । ଉପକୂଳ ଜିଲ୍ଲାର ଧାନ ଓ ପାନ ଚାଷୀମାନଙ୍କ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୃଷି ଋଣ ଛାଡ କରିବା ପାଇଁ ଅଭିମନ୍ୟୁ ସଙ୍ଗଠନ ଆବାହକ ଅଭିମନ୍ୟୁ ମଲ୍ଲିକ ଦାବି କରିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.