ETV Bharat / state

କାମ ନକରି ନିଆଳି ବ୍ଲକ ଅଧିକାରୀ ବିଲ କରିନେବା ପ୍ରସଙ୍ଗ, ୪୨୦ ଦଫା ଦାବି - ଅଧିକାରୀଙ୍କ ବିରୋଧରେ ୪୨୦ ଦଫା ଲଗାଇବାକୁ ଦାବି

କାମ ନକରି ନିଆଳି ବ୍ଲକ ଅଧିକାରୀ ଚଞ୍ଚକତା କରି ଟଙ୍କା ହଡ଼ପ କରିବା ପ୍ରସଙ୍ଗକୁ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ସମ୍ପୃକ୍ତ ଅଧିକାରୀ ବିରୋଧରେ ୪୨୦ ଦଫା ଲଗାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନଜୀବୀ ଦାବି କରିଛନ୍ତି । ଅଧିକ ପଢନ୍ତୁ....

କାମ ନକରି ନିଆଳି ବ୍ଲକ ଅଧିକାରୀ ବିଲ କରିନେବା ପ୍ରସଙ୍ଗ, ୪୨୦ ଦଫା ଲଗାଇବାକୁ ଦାବି

author img

By

Published : Jun 1, 2021, 7:33 AM IST

କଟକ: କାମ ନକରି ନିଆଳି ବ୍ଲକ ଅଧିକାରୀ ଚଞ୍ଚକତା କରି ଟଙ୍କା ହଡ଼ପ କରିବା ପ୍ରସଙ୍ଗକୁ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏନେଇ ସମ୍ପୃକ୍ତ ଅଧିକାରୀ ବିରୋଧରେ ୪୨୦ ଦଫା ଲଗାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନଜୀବୀ ଦାବି କରିଛନ୍ତି । ଏଭଳି ଘଟଣା ରୋକିବାକୁ ହେଲେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

କାମ ନକରି ନିଆଳି ବ୍ଲକ ଅଧିକାରୀ ବିଲ କରିନେବା ପ୍ରସଙ୍ଗ, ୪୨୦ ଦଫା ଲଗାଇବାକୁ ଦାବି

ସୂଚନାଯୋଗ୍ୟ ଯେ, ନିଆଳି ବ୍ଲକ ମହଙ୍ଗ ଗ୍ରାମରେ ଜଣେ ସ୍ବେଚ୍ଛାସେବୀ ନିଜର ଗ୍ରାମର ମଶାଣି ପାଇଁ ଗତବର୍ଷ ରାସ୍ତା କରିଥିଲେ । ମାତ୍ର ବ୍ଲକ ଅଧିକାରୀ ଚଞ୍ଚକତା କରି ଏହି କାର୍ଯ୍ୟର ବିଲ କରି ସରକାରୀ ଟଙ୍କା ହଡ଼ପ କରିଥିଲେ । ଅଭିଯୋଗ ହେବା ପରେ ଗତକାଲି ଯୁଦ୍ଧକାଳୀନ ଭିତ୍ତିରେ ଆଉ ଏକ ରାସ୍ତା ନିର୍ମାଣ କରୁଥିଲେ, ଯାହାକି ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.