କଟକ: ସିଲଭର ସିଟିରେ ଗଡିଲା କୋରୋନା ସଚେତନତା ରଥ । ଯେଉଁ ସ୍ଥାନରେ ବିଶେଷକରି ଗହଳି ରହିଛି କିମ୍ବା ସାହି ଗଳି କନ୍ଦିରେ ବୁଲିବ ଏହି ରଥ । ତେବେ ଲୋକ ମାନଙ୍କୁ ସଚେତନ ରହିବା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ ।
ବର୍ତ୍ତମାନ ରାଜ୍ୟର କୋରୋନା ସ୍ଥିତିକୁ ଆଖିଆଗରେ ରଖି ପୋଲିସ ନେଇଛି ଏପରି ନିଷ୍ପତି । ଲୋକ ମାନଙ୍କୁ ସଚେତନତା କରାଇବା ଦିଗରେ ଏହି ପଦ୍ଧତି ସଫଳ ହେବା ନେଇ କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ