ETV Bharat / state

କଟକରେ କଡା ଗାଇଡଲାଇନ: ଅବିର ଖେଳିବା ମନା, ଦୋଳବିମାନ ସହ ରହିବେ 6

author img

By

Published : Mar 24, 2021, 10:41 PM IST

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଜାରି ହେଲା ନୂଆ ଗାଇଡଲାଇନ । ଅଧିକ ପଢନ୍ତୁ...

କଟକରେ ଜାରିହେଲା କୋରୋନା ଗାଇଡଲାଇନ
କଟକରେ ଜାରିହେଲା କୋରୋନା ଗାଇଡଲାଇନ

କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନର ନୂଆ ଗାଇଡଲାଇନ ଜାରି। ଦୋଳ ପୂର୍ଣ୍ଣିମାରେ ହେବାକୁ ଥିବା ମେଳଣ ଯାତ୍ରାକୁ ନଜରରେ ରଖି ଜାରି କରାଯାଇଛି ଏହି ନୂଆ ଗାଇଡ଼ଲାଇନ ।

କଟକରେ ଜାରିହେଲା କୋରୋନା ଗାଇଡଲାଇନ
କଟକରେ ଜାରିହେଲା କୋରୋନା ଗାଇଡଲାଇନ

ତେବେ ମନ୍ଦିର ବା ଧାର୍ମିକ ଅନୁଷ୍ଠାନରେ 20 ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ ବୋଲି ନୂଆ ଗାଇଡଲାଇନରେ ଉଲ୍ଲେଖ ରହିଛି । ସେହିପରି ଦୋଳ ବିମାନ ସହିତ ଅତି ବେଶୀରେ 6 ଜଣ ଲୋକ ଯାଇପାରିବେ । ଏତତ୍ ବ୍ୟତୀତ ଦୋଳ ଯାତ୍ରା ସମୟରେ ଅବିର ଲଗାଇବା ଉପରେ ରୋକ୍ ଲଗାଯାଇଛି । ମେଳଣ ପଡ଼ିଆରେ ବାଦ୍ୟଯନ୍ତ୍ର ବଜାଇବାକୁ ମଧ୍ୟ ବାରଣ କରାଯାଇଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ନିଶେଧ କରାଯିବା ସହ ମେଳଣ ପଡ଼ିଆରେ ଅତି ବେଶୀରେ 100 ଜଣ ଏକାଠି ହୋଇ ପାରିବେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.