କଟକ: କୋରୋନା କାଳରେ ହାଇକୋର୍ଟଙ୍କ ନୂଆ ନିଷ୍ପତ୍ତି । ସାମାଜିକ ଦୂରତା ବଜାୟ ରଖିବାକୁ ହାଇକୋର୍ଟ ପରିସରରେ ଆରମ୍ଭ ହେବ ଡ୍ରପ୍ ବକ୍ସ ବ୍ୟବସ୍ଥା । ଏହି ବ୍ୟବସ୍ଥା ଦ୍ବାରା ହାଇକୋର୍ଟରେ ନୂଆ ମାମଲା ରୁଜୁ, ଅନ୍ତରୀଣ ଆବେଦନ ଓ ବିଭିନ୍ନ କାଗଜପତ୍ର ଦାଖଲ କରାଯାଇପାରିବ ।
ତେବେ ଇ-ଫାଇଲିଂ ଓ ମେଲ ମାଧ୍ୟମରେ ମାମଲା ରୁଜୁ କରାଯିବାର ସୁବିଧା ଉପଲବ୍ଧ ରହିବ । କିନ୍ତୁ ହାଇକୋର୍ଟ ପରିସରରେ ରଖାଯିବାକୁ ଥିବା ଏହି ଡ୍ରପ୍ ବକ୍ସରେ କାଗଜପତ୍ର ଦିଆଯାଇପାରିବ ।
ସୋମବାର ହାଇକୋର୍ଟ ପରିସରରେ ବସିବ ଏହି ଡ୍ରପ ବକ୍ସ ବସିବ । ଦିନ 10ଟାରୁ 1ଟା ମଧ୍ୟରେ ବକ୍ସରେ ଆବେଦନକାରୀ କାଗଜପତ୍ର ଦେଇପାରିବେ । ତେବେ କି ପ୍ରକାର ଜରୁରୀ ଆବଶ୍ୟକତା ରହିଛି ଆବେଦନରେ ସେ ସମ୍ପର୍କରେ ଏକ ମେମୋ ଦେବାକୁ ପଡିବ ବୋଲି ଜଣାପଡିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ