ETV Bharat / state

କଟକରେ ହ୍ରାସ ପାଉଛି କୋରୋନା, ଆଜି ୧୧୭ ପଜିଟିଭରୁ ୬୩ ଲୋକାଲ କେସ

କଟକ ମହାନଗର ନିଗମରେ ଆଜି(ମଙ୍ଗଳବାର)୧୧୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

author img

By

Published : Oct 6, 2020, 7:46 PM IST

କଟକରେ ହ୍ରାସ ପାଉଛି କୋରୋନା
କଟକରେ ହ୍ରାସ ପାଉଛି କୋରୋନା

କଟକ: ପ୍ରତିଦିନ ସିଲଭରସିଟିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ରହୁଥିବାବେଳେ କିଛିଦିନ ହେବ ଏଥିରେ ବ୍ରେକ ଲାଗିଛି । କଟକ ମହାନଗର ନିଗମରେ ଆଜି(ମଙ୍ଗଳବାର)୧୧୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୨ ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୨ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହାସହ ୬୩ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୨ ହଜାର ୯୩୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୧୧ ହଜାର ୧୩୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୫୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧,୭୪୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କଟକ ମହାନଗର ନିଗମରେ ମଙ୍ଗଳବାର ୨ ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.