ETV Bharat / state

କଟକରେ ବକ୍ସ ଡ୍ରେନ ନିର୍ମାଣ କେବଳ ଭେଳିକି: ବିଜେପି

author img

By

Published : Jul 3, 2021, 8:23 PM IST

ଜାଇକା କାମ ଏଯାଏ ସରିନି, ଲୋକ ମରୁଛନ୍ତି । କଟକରେ ବକ୍ସ ଡ୍ରେନ ନିର୍ମାଣ ନେଇ ଭେଳିକି ଦେଖାଉଛନ୍ତି ରାଜ୍ୟ ସରକାର । ଅଭିଯୋଗ କଲା ବିଜେପି । ଅଧିକ ପଢନ୍ତୁ...

କଟକରେ ବକ୍ସ ଡ୍ରେନ ନିର୍ମାଣ କେବଳ ଭେଳିକି: ବିଜେପି
କଟକରେ ବକ୍ସ ଡ୍ରେନ ନିର୍ମାଣ କେବଳ ଭେଳିକି: ବିଜେପି

କଟକ: ବକ୍ସ ଡ୍ରେନ ନିର୍ମାଣ ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜେପି । ବକ୍ସ ଡ୍ରେନେଜ ନିର୍ମାଣ ହେଉଛି କେବଳ ଭେଳିକି । ଏଥିରେ ସତ୍ୟତା ନଥିବା କହି ଟାର୍ଗେଟ କରିଛି ବିଜେପି । ଦଳ ଅଭିଯୋଗ କରିଛି ପୂର୍ବରୁ ଯାଇକା କାମ ବର୍ଷ ବର୍ଷ ଧରି ଜାରି ରହିଛି । ଅନେକ ଲୋକଙ୍କ ପ୍ରାଣ ବି ଗଲାଣି । ହେଲେ ରାଜ୍ୟ ସରକାର ତାଙ୍କର ମନଇଚ୍ଛା ଗୂଡ଼ ମୁଁଆ ବାଣ୍ଟି ଚାଲିଛନ୍ତି । ଏହି ଯୋଜନାର ନିର୍ଯ୍ୟାସ ସମ୍ପୂର୍ଣ୍ଣ ରୂପେ ବିଫଳ ରହିଛି ।

ତେବେ ଯେଉଁ ପଟାପୋଲଠୁ ମାତୃଭବନ ପର୍ଯ୍ୟନ୍ତ 3.4 କିମି କେନାଲ ଉପରେ ଯେଉଁ ବକ୍ସ ଡ୍ରେନ ନିର୍ମାଣ ହେବା ପାଇଁ ସ୍ଥିରିକୃତ ହୋଇଛି ତାହା ବି ଧୂଆଁବାଣ ପରି ଉଭେଇଯିବ । ଏହି ବଡ଼ ଯୋଜନା ପାଇଁ 450 କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି । ହେଲେ କାମ କେବେ ଆରମ୍ଭ ହୋଇ ଶେଷ ହେବ ତାହା ତ ସମୟ କହିବ । ବର୍ତ୍ତମାନ ସମୟରେ ମୌସୁମୀ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଯାଇକା ସହରବାସୀଙ୍କୁ ନାକେଦମ କଲାଣି । ଏସବୁ ମଧ୍ୟରେ ପୁଣି ଏକ ଯୋଜନା ବକ୍ସ ଡ୍ରେନ ତାହାକୁ କଟକରେ ହେବା ପାଇଁ ଆହୁରି କେତେ ଦିନ ଲାଗିବ ତାହା କେହି କହିପାରିବେନି । ଯଦି ସେତିକି ଦକ୍ଷତା ଅଛି କିଛି ମାସ ମଧ୍ୟରେ ଏହି ମେଗା ଯୋଜନାକୁ ସମ୍ପୂର୍ଣ୍ଣ କରି ଦେଖନ୍ତୁ ନଗର ଉନ୍ନୟନ ମନ୍ତ୍ରୀ ବୋଲି ଆହ୍ମାନ ଦେଇଛି ବିଜେପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.