କଟକ: କୃଷି ବିଲ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଏନେଇ କଟକ ନଗର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଏହି ଆନ୍ଦୋଳନ ଆରମ୍ଭ ହେବ ।
ଆସନ୍ତା ୨ ତାରିଖରେ କଟକ ଗୌରୀ ଶଙ୍କର ପାର୍କ ନିକଟରେ ପ୍ରତିବାଦ ଦିବସ କରିବ କଂଗ୍ରେସ । ପରେ ପ୍ରତି ବ୍ଲକ ସ୍ଥାନରେ ଏହି ଆନ୍ଦୋଳନ କରାଯିବ । ସେହିପରି ମାସ ଶେଷ ବେଳକୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସ ବଡ଼ ସମାବେଶ କରିବା ନେଇ ଆଜିର ବୈଠକରେ ଆଲୋଚନା କରାଯାଇଛି ।
କୃଷି ବିଲ ପ୍ରତ୍ୟାହାର କରାନଗଲେ ଆନ୍ଦୋଳନକୁ ବଡ଼ ଧରଣର କରାଯିବ ବୋଲି ବୈଠକ ପରେ କଟକ ବାରବାଟୀ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ