ETV Bharat / state

ରାହୁଲ ଗାନ୍ଧୀଙ୍କୁ ଡରି ସାଂସଦ ପଦ ରଦ୍ଦ କରିଛି ବିଜେପି ସରକାର: ନିଶିକାନ୍ତ ମିଶ୍ର

author img

By

Published : Mar 27, 2023, 7:10 AM IST

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିଜେପି ଉପରେ ଟାର୍ଗେଟ କରି ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଅଧିକ ପଢ଼ନ୍ତୁ

nishikant mishra on rahul gandhi disqualification
ବିଜେପି ଉପରେ ବର୍ଷିଲେ ରାଜ୍ୟ କଂଗ୍ରେସ ମୁଖପାତ୍ର
ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ

କଟକ: "କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଡରୁଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କର ଦୁଇଟି ପ୍ରଶ୍ନକୁ ଡରି ସାଂସଦ ପଦ ରଦ୍ଦ କରାଗଲା । ଯାହାକୁ ନେଇ ଦେଶରେ ଏକ ବଡ଼ ପ୍ରଶ୍ନ ଉଠିଛି । ଗଣତନ୍ତ୍ର କଣ ଆଉ ଦେଶରେ ନାହିଁ ? ଦୁଇଟି ପ୍ରଶ୍ନ ହେଉଛି ଆଦାନୀ କମ୍ପାନୀରେ ଲାଗିଥିବା 20 ହଜାର କୋଟି ଟଙ୍କା କେଉଁଠୁ ଆସିଛି ଓ ଆଦାନୀ ସହ ମୋଦିଙ୍କ କି ସମ୍ପର୍କ ରହିଛି । ଏହି ପ୍ରସଙ୍ଗ ନେଇ ସଂସଦରେ ଉପସ୍ଥାପନା ଯୋଗୁଁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ କରିଦିଆଯାଇଛି ।" ୱାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିଜେପିକୁ ଟାର୍ଗେଟ କରି ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ।

କଂଗ୍ରେସର ସ୍ୱରକୁ ମୋଦି କେବେ ଚୁପ କରାଇ ପାରିବେନି ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି । ସାରା ଭାରତରେ ଥିବା ସମସ୍ତ କଂଗ୍ରେସ କର୍ମୀ ଏବେବି ସେହି ପ୍ରଶ୍ନ କରୁଛନ୍ତି । ଯାହାର ଉତ୍ତର ନିହାତି ଜାଣିବା ଦରକାର ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଆଦାନୀ କମ୍ପାନୀରେ ଲାଗିଥିବା 20 ହଜାର କୋଟି ଟଙ୍କା କେଉଁଠୁ ଆସିଥିବା ନେଇ ଦେଶବାସୀଙ୍କ ଆଗରେ ଉତ୍ତର ରଖିବାକୁ କଂଗ୍ରେସ ଦାବି କରିଛି । ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଏପରି ଆକ୍ରୋଶ ମୂଳକ ପଦକ୍ଷେପ ପାଇଁ ଗର୍ଜି ଚାଲିଛି କଂଗ୍ରେସ । ଏହା ବିରୋଧରେ ସାରା ଦେଶରେ ପ୍ରତିବାଦ ହେବ ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି ।

ପୂର୍ବରୁ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଜୟଦେବ ଜେନା ମଧ୍ୟ କହିଥିଲେ ଯେ," ଆଦାନୀ-ମୋଦି ଭାଇଭାଇ । ଦେଶକୁ ଯୋଡିବା ଅପେକ୍ଷା ଭାଙ୍ଗିବା ଦିଗରେ ନେଉଛନ୍ତି ବିଜେପି ସରକାର । 2014 ମସିହାରୁ ବିଜେପି କେନ୍ଦ୍ର ସରକାର ପଦ ଗ୍ରହଣ କରିବା ପରେ ଦେଶକୁ ଲୁଟ କରିବାରେ ବ୍ୟସ୍ତ । ଆଦାନୀ ସବୁ ଯୋଜନା ପଛରେ ଲୁକାୟିତ ଭାବରେ ବିଜେପିକୁ ସଲା ସୁତୁରା କରୁଛି । ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାର ଲେଣଦେଣ ଯୋଗୁଁ ଆଦାନୀକୁ ଘଣ୍ଟ ଘୋଡାଉଛନ୍ତି କେନ୍ଦ୍ର ସରକାର । ବିଗତ ଦିନରେ ହୋଇଥିବା ବିମୁଦ୍ରିକରଣରେ ବିଜେପି ଲାଭବାନ ହୋଇଛି । କିନ୍ତୁ ସାଧାରଣ ଜନତା ନୁହେଁ ।

କୋରୋନା କାଳରେ ଆଦାନୀ ମାଲାମାଲ ହେଇଗଲେ । କୀଟଠୁ ଆରମ୍ଭ କରି ବିଭିନ୍ନ କ୍ୟାମ୍ପ ପର୍ଯ୍ୟନ୍ତ ସବୁ ଦିଗରେ ସେ ହିଁ ଦୃଷ୍ଟି ଗୋଚର ହୋଇଥିଲେ । ଆଦାନୀ ପରେ ଅମ୍ବାନୀଙ୍କ ସହ ମଧ୍ୟ ସଲା ସୁତୁରା ରଖିଛି କେନ୍ଦ୍ର ସରକାର । UPA ସରକାର ସମୟରେ ସିବିଆଇର ତଦନ୍ତ ଦିଗ ବେଶ ତ୍ୱରିତ ରହିଥିଲା । ତେବେ ଏହି ତମାମ ଘୋଟାଲାର jpc ଦାବି କରିଥିଲା କଂଗ୍ରେସ ।" ବର୍ତ୍ତମାନ ସମୟରେ କଂଗ୍ରେସକୁ ଭୟ କରି କେନ୍ଦ୍ର ସରକାର ଯେଉଁ ଆଚରଣ ଦେଖାଇଛନ୍ତି ତାହା ବେଶ ନିନ୍ଦନୀୟ ଓ ଅଗଣତାନ୍ତ୍ରିକ ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.