ETV Bharat / state

Agnipath protest: ନିଆଳିରେ କଂଗ୍ରେସର ସତ୍ୟାଗ୍ରହ

author img

By

Published : Jun 27, 2022, 3:22 PM IST

ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରତିବାଦ ଦେଖିବାକୁ ମିଳିଛି । କଟକ ଜିଲ୍ଲା ନିଆଳି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । କେନ୍ଦ୍ର ସରକାର ଯୋଜନା ପ୍ରତ୍ୟାହାର କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। ଅଧିକ ପଢ଼ନ୍ତୁ

congress protest against  Agnipath scheme in niali
Agnipath protest: ନିଆଳିରେ କଂଗ୍ରେସର ସତ୍ୟାଗ୍ରହ

ନିଆଳି: ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରତିବାଦ ଦେଖିବାକୁ ମିଳିଛି । କଟକ ଜିଲ୍ଲା ନିଆଳି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । କେନ୍ଦ୍ର ସରକାର ଯୋଜନା ପ୍ରତ୍ୟାହାର କରିବାକୁ ଦଳ ପକ୍ଷରୁ ଦାବି ହୋଇଛି । କଂଗ୍ରେସ ଦଳର ନେତା ଶଶୀ କାନ୍ତ ଲେଙ୍କା ଓ ପ୍ରଭାତ ଭୂୟାଁଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ନିଆଳି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରି ଯୋଜନା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଅଗ୍ନିପଥ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ପରିସ୍ଥିତି ଅସମ୍ଭାଳ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ସୂଚନା ଥାଉକି, ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ହୋଇଛି । କେତେକ ରାଜ୍ୟରେ ହିଂସା ଓ ପ୍ରତିବାଦ ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ସେହିପରି ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରତିବାଦ ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.