ETV Bharat / state

ମୋଦି ଓ ଆଦାନୀ ସଲାସୁତୁରାର ଉଚିତ ଜବାବ ଦିଆଯିବ: କଂଗ୍ରେସ

author img

By

Published : Feb 21, 2023, 5:49 PM IST

ମୋଦି ଓ ଆଦାନୀଙ୍କୁ ନେଇ ଜୋର ଧରିଛି ରାଜନୀତି । ଆଦାନୀଙ୍କ ବ୍ୟବସାୟ ନେଇ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି । ଅଧିକ ପଢ଼ନ୍ତୁ

କଂଗ୍ରେସ ପ୍ରେସମିଟ
congress press meet in Cuttack

ମୋଦି ଓ ଆଦାନୀ ସଲାସୁତୁରାର ଉଚିତ ଜବାବ ଦିଆଯିବ

କଟକ: ଆଦାନୀଙ୍କ ବ୍ୟବସାୟ ନେଇ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ସାରା ଦେଶରେ ରାଜନୀତି ଜୋର ଧରିଛି । ଏନେଇ ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ । ଆଦାନୀ ଠକେଇକୁ ନେଇ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି । ମୋଦିଙ୍କ ଦୁଇ ବନ୍ଧୁ ଆଦାନୀ ଓ ଅମ୍ବାନୀଙ୍କ ହାତରେ କେନ୍ଦ୍ର ସରକାର ଦେଶର ସବୁ ଦିଗକୁ ନ୍ୟସ୍ତ କରି ଦେଲେଣି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଦେଶକୁ ଲୁଟିବାରେ ବ୍ୟସ୍ତ ଆଦାନୀ । ବର୍ତ୍ତମାନ ପୃଥିବୀର ବଡ଼ ଠକେଇ ହେଉଛି ଆଦାନୀ ଠକେଇ । ଏହି ଲୁଟରେ ସହଭାଗୀ ଅଛନ୍ତି କେନ୍ଦ୍ରର ବିଜେପି ସରକାର । ମୋଦିଙ୍କ ଦୁଇ ବନ୍ଧୁ ଆଦାନୀ ଓ ଅମ୍ବାନୀଙ୍କ ହାତରେ ବର୍ତ୍ତମାନ ଦେଶର ସବୁ ଦିଗକୁ ନ୍ୟସ୍ତ କରିଦେଲେଣି କେନ୍ଦ୍ର ସରକାର । ଏପରିକି ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗ ନେଇ ପ୍ରଶ୍ନ ପଚାରିବାକୁ ଦିଆଯାଉନି ଓ ପଚାରିଲେ ତାହାକୁ କାଟି ଦିଆଯାଇଛି । ଏହି ବଡ଼ ସ୍କାମକୁ ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ତଦନ୍ତ ହେଲେ କିପରି ଭାରତକୁ ଲୁଟ କରାଯାଉଛି ସାଧାରଣ ଜନତା ତାର ଉଚିତ ଦିଗ ଜାଣିପାରିବେ ।"

କଂଗ୍ରେସ ଆହୁରି ମଧ୍ୟ କହିଛି, ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାରେ ଏନଡିଏ ସରକାର ବର୍ତ୍ତମାନ ମାଲେମାଲ ହେଉଛି । ନିର୍ବାଚନରେ ଟଙ୍କା ଫିଙ୍ଗି ଭୋଟ ହାତେଇବା ଗଣତାନ୍ତ୍ରିକ ନିୟମକୁ ଭଙ୍ଗ କରୁଛି ବୋଲି ଦାବି କରିଛି କଂଗ୍ରେସ । 2014 ମସିହାରେ ବିଜେପି ସରକାର ଆସିବା ପରେ ଗୌତମ ଆଦାନୀ ଧନୀ ତାଲିକାରେ 609 ରହିଥିଲେ । ଆଉ ବର୍ତ୍ତମାନ ତାହା ଆକାଶ ପାତାଳ ତଫାତ । ସରକାର ଆରମ୍ଭରୁ ଆଦାନୀ ସମ୍ପତି 52 ହଜାର କୋଟି ରହିଥିଲା ଆଉ ବର୍ତ୍ତମାନ ସେ ବିଶ୍ୱର ତୃତୀୟ ଧନୀ ହିସାବରେ ପରିଗଣିତ । ଏହି କିଛି ବର୍ଷ ମଧ୍ୟରେ ଦେଶରେ ଯେଉଁ ଟଙ୍କା ଲାଭ ହୋଇଛି ସେଥିରେ ବିଜେପି ଦଳର ସମର୍ଥନ ରହିଛି । ନିଜେ ଖାଇବା ଓ ଆଦାନୀକୁ ଖୁଆଇବା ଭଳି ସ୍ଥିତି ବର୍ତ୍ତମାନ ଦେଶରେ ଜାରି ରହିଥିବା କଂଗ୍ରେସ ଅଭିଯୋଗ କରିଛି ।

କେବଳ ସାଧାରଣ ଲୋକଙ୍କ ଟଙ୍କାକୁ ଚଳୁ କରିବାରେ ଆଦାନୀ ଓ ବିଜେପି ସରକାର ବ୍ୟସ୍ତ ଥିବା କହିଛି କଂଗ୍ରେସ । ମୋଦି ଓ ଆଦାନୀ ସମ୍ପର୍କ କାହାକୁ ଅଛପା ନାହିଁ । ଆଜି ପର୍ଯ୍ୟନ୍ତ ଯେଉଁଠି ଯେତେ ନିର୍ବାଚନ ହୋଇଛି ସବୁଠି ମୋଦି ଆଦାନୀଙ୍କ ଉଡାଜାହାଜ ବ୍ୟବହାର କରନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି । କଂଗ୍ରେସ ଦଳ ଭାରତ ବର୍ଷର ସ୍ୱାର୍ଥ ରକ୍ଷା ଓ ଦେଶର ସମ୍ପତିକୁ ରକ୍ଷା କରିବା ପାଇଁ ଲୋକଙ୍କ ସହ ମିଶିକି ଲଢେଇ କରୁଛି । ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଆର୍ଥିକ ସ୍ଥିତି ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ଆଦି ବର୍ତ୍ତମାନ ଦେଶରେ ଦୃଷ୍ଟି ଗୋଚର ହେଉଛି । ବିଶେଷକରି ହିଂସା, ଘୃଣା, ଓ ଚିନ୍ତାଜନକ ସ୍ଥିତି ଉପୁଜିବାରେ ଲାଗିଛି ।

ତେବେ ଦାୟିତ୍ବ ବୋଧ ବିରୋଧୀ ଦଳ ହିସାବରେ ଦେଶକୁ ଏକ ନୂତନ ପଥକୁ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏପରି ଆଚରଣ ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ଏହି ପ୍ରୟାସ ଜାରି ରଖିଛି । କେବଳ ଏତିକି ନୁହେଁ ସଧାରଣ ଲୋକଙ୍କ ଟଙ୍କାରେ ଅମିତ ଶାହଙ୍କ ପୁଅଙ୍କ ବ୍ୟବସାୟ ଉପରେ ନଜର ଟିକେ ପଡିଲେ ଜଣା ପଡିବ କେଉଁ ଦିଗରେ ଦେଶ ଯାଉଛି । ତେବେ ଯଦି ଆଗମୀ ଦିନରେ ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି କଂଗ୍ରେସ ନେତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.