କଟକ: ଜଗତପୁର ତହସିଲ୍ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିରୋଧ । ଯାହାକୁ ନେଇ ଆଜି ଚୌଦ୍ବାର ଯୁବ କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର କେନ୍ଦ୍ରାଞ୍ଚଳ ଆରଡିସି ଙ୍କୁ ପ୍ରଦାନ କରାଯାଇଛି ।
ତେବେ ନିକଟରେ ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ବାସୀ ଘୋର ବିରୋଧ କରିଛନ୍ତି । ଏନେଇ ଆଜି କଟକ ଚୌଦ୍ବାର ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥିରେ ତୁରନ୍ତ ସ୍ଥାନାନ୍ତର ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ କୁହାଯାଇଛି । ଅନ୍ୟପଟେ 40 ବର୍ଷ ଧରି ତହସିଲ ଜଗତପୁର ରହିଥିଲା । ମୁନିସିପାଲଟି ୱାର୍ଡ , ଅନେକ ପଞ୍ଚାୟତ ଏହି ତହସିଲ ଉପରେ ନିର୍ଭର କରନ୍ତି । ଯଦି ଏହି ସ୍ଥାନାନ୍ତର ପ୍ରକ୍ରିୟା ବନ୍ଦ କରା ନଯିବ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବା ସହ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି କର୍ମୀ ।
ଇଟିଭି ଭାରତ, କଟକ