ETV Bharat / state

ନବ ଦାସ ହତ୍ୟା ଫଟୋ, ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ ଦିଗହରା କରିବା ପାଇଁ ଷଡ଼ଯନ୍ତ୍ର କହିଲେ ଜୟଦେବ - ବିରୋଧୀଙ୍କ ପ୍ରଶ୍ନ ଦିଗହରା ପାଇଁ ଷଡ଼ଯନ୍ତ୍ର

ଆଜି ବଜେଟ ଅଧିବେଶନ ପୂର୍ବରୁ ଗତକାଲିଠୁ ନବ ଦାସଙ୍କ ହତ୍ୟା ବେଳର ଏକ ଫଟୋ ଭାଇରାଲ ହେଉଛି । ତେବେ ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନକୁ ଦିଗହରା କରିବା ଲାଗି ଏହା ଷଡ଼ଯନ୍ତ୍ର ବୋଲି କହିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ଅଧିକ ପଢନ୍ତୁ

Minister Naba Das Murder case
Minister Naba Das Murder case
author img

By

Published : Feb 21, 2023, 4:01 PM IST

Updated : Feb 21, 2023, 10:58 PM IST

ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ ଦିଗହରା କରିବା ପାଇଁ ଷଡ଼ଯନ୍ତ୍ର କହିଲେ ଜୟଦେବ

କଟକ: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମୃତ୍ୟୁ ରହସ୍ୟ ଉପରେ ଜାରି ରହିଛି ଜୋରଦାର ତଦନ୍ତ । ଆଉ ଏହାରି ଭିତରର କାଲିଠୁ ମନ୍ତ୍ରୀଙ୍କୁ ସିଧାସଳଖ ASI ଗୋପାଳ ଦାସ ଗୁଳି ମାରିବା ଫଟୋ ଏବେ ଚାରିଆଡ଼େ ଭାଇରାଲ ହେଉଛି। ତେବେ ଏହି ଫଟୋକୁ ନେଇ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ ଦିଗହରା କରିବା ପାଇଁ ଜାଣିଶୁଣି ବଜେଟ ଅଧିବେଶନ ପୂର୍ବରୁ ଏହି ଫଟୋକୁ ଜାଣିଶୁଣି ଭାଇରାଲ କରାଯାଉଛି ବୋଲି ସେ କହିଛନ୍ତି ।

ଏ ନେଇ ଜୟଦେବ ଜେନା କହିଛନ୍ତି, " ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ଅନେକ ଦିନ ପୁରିଥିଲେ ସୁଦ୍ଧା କିପରି ହଠାତ ଗତକାଲି ଏହି ଫଟୋ ଭାଇରାଲ ହେଲା । ତାହା ପୁଣି ବିଧାନସଭା ଅଧିବେଶନ ପୁର୍ବରୁ। ଏଥରୁ ସ୍ପଷ୍ଟ ଜଣା ପଡୁଛି ବିରୋଧୀଙ୍କୁ ଚୁପ କରାଇବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଥାଇ ପାରେ । ଏହାସହ ଆଉ ଗୋଟିଏ ଦିଗକୁ ଦେଖିଲେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯଦି ଗୋପାଳ ଦାସ ମାନସିକ ବିକାରଗ୍ରସ୍ତ ଥିଲେ ତାଙ୍କୁ ପଦୋନ୍ନତି ଦେବା ଓ ସର୍ଭିସ ରିଭରବଲ ଦେବା ମଧ୍ୟ ଏବେ ପ୍ରଶ୍ନ ଘେରରେ।"

ଏହା ବି ପଢନ୍ତୁ- Budget Session: ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପିର ବର୍ଜନ, କାଲି ଯାଏ ଗୃହ ମୁଲତବୀ

କ୍ରାଇମବ୍ରାଞ୍ଚର ତଦନନ୍ତକୁ ନେଇ ସେ କହିଛନ୍ତି, "ଯେତେ ତଦନ୍ତ କରିବା କଥା କ୍ରାଇମବ୍ରାଞ୍ଚ ଶେଷ କରି ସାରିଲାଣି । ସବୁ ଟେଷ୍ଟ ମଧ୍ୟ କରି ସାରିଲାଣି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ହେଉଛି ପୋଲିସର ଏକ ଅଂଶ । ଯଦି ସେ ପାଗଳ ତେବେ ୩ଦିନ ପୂର୍ବରୁ ତାଙ୍କୁ ହାବିଲଦାରରୁ ASIକୁ ପଦୋନ୍ନତି କରିବା ଓ ତା' ହାତରେ ଏକ ସର୍ଭିସ ରିଭରବଲ ଦେବା ତାହା ପୋଲିସ କିପରି ଜାଣି ପାରିଲା ନାହିଁ ? ଏହି ଘଟଣାରେ ଏକ ବଡ଼ ଷଡ଼ଯନ୍ତ୍ର ଲୁଚି ରହିଛି। ସିଧାସଳଖ କହିବାକୁ ଗଲେ ଗୃହ ବିଭାଗ ନିୟନ୍ତ୍ରଣରେ ଆଉ ପୋଲିସ ବିଭାଗ ରହୁନି," ବୋଲି କହିଛନ୍ତି କଂଗ୍ରେସ ନେତା ।

ପୂର୍ବରୁ ଗୋପାଳକୁ ଗୁଜୁରାଟ ନିଆଯାଇ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଛି । ଏମିତିକି ଅନେକ ସତ କଥା ଗୋପାଳ କିଛି କହିଥିବା କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ସୂଚନା ରହିଥିଲା। ହେଲେ ଗତ ମାସ ୨୯ ତାରିଖରୁ ଆଜି ପର୍ଯ୍ୟନ୍ତ ନବ ଦାସ ମୃତ୍ୟୁ ମାମଲାରେ ଅନେକ ତଦନ୍ତ ଜାରି ରହିଥିଲା ବେଳେ ହଠାତ ଏପରି ଫଟୋ ଆସିବା ଓଡ଼ିଶାବାସୀଙ୍କୁ ଚକିତ କରିଛି। ତେବେ ଏହି ବଡ଼ ପ୍ରଶ୍ନର ଉତ୍ତର ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ସେ । ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା ବେଳେ ବିରୋଧୀମାନଙ୍କ ପ୍ରଶ୍ନକୁ ଦିଗହରା କରାଇବା ପାଇଁ ଏହା ଏକ ଷଡ଼ଯନ୍ତ୍ର ହୋଉପାରିଥାଏ ବୋଲି କହିଛନ୍ତି ଜୟଦେବ ।

ଇଟିଭି ଭାରତ, କଟକ

Last Updated : Feb 21, 2023, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.