ETV Bharat / state

ହୋମଗାର୍ଡଙ୍କୁ ନିର୍ଯାତନା ମାମଲା: ନ୍ୟାୟ ଦାବି କଲା କଂଗ୍ରେସ, OHRCରେ ମାମଲା ରୁଜୁ - ଅନୁଗୁଳର ହୋମଗାର୍ଡ ଶୈରିନ୍ଦ୍ରୀ ସାହୁ

ନିର୍ଯାତନାର ଶୀକାର ହୋଇଥିବା ହୋମାଗାର୍ଡଙ୍କ ପାଇଁ ନ୍ୟାୟ ଦାବି କଲା କଂଗ୍ରେସ । ପରିବାରକୁ ଉଚିତ ସାହାୟତା ରିଶି ସହ ତାଙ୍କ ଝିଅକୁ ଚାକିରି ପ୍ରଦାନ କରିବାକୁ ଦାବି । ଅଧିକ ପଢନ୍ତୁ

ହୋମାଗାର୍ଡଙ୍କ ପାଇଁ ନ୍ୟାୟ ଦାବି କଲା କଂଗ୍ରେସ

author img

By ETV Bharat Odisha Team

Published : Aug 23, 2023, 10:40 PM IST

ମହିଳା ହୋମାଗାର୍ଡଙ୍କ ପାଇଁ ନ୍ୟାୟ ଦାବି କଲା କଂଗ୍ରେସ

କଟକ: DIG ବ୍ରିଜେଶ ରାଏଙ୍କ ପତ୍ନୀଙ୍କଠାରୁ ମାନସିକ ନିର୍ଯାତନାର ଶିକାର ହୋଇଥିବା ହୋମାଗାର୍ଡଙ୍କ ପାଇଁ ନ୍ୟାୟ ଦାବି କଲା କଂଗ୍ରେସ । ହୋମଗାର୍ଡଙ୍କୁ ଭେଟିବା ପାଇଁ କଂଗ୍ରେସ ପ୍ରତିନିଧି ଦଳ ଯାଇଥିବା ବେଳେ ସେମାନଙ୍କୁ ଅନୁମତି ଦିଆଯାଇନିଥିବା ଅଭିଯୋଗ କରିଛି କଂଗ୍ରେସ । ଯାହାଫଳରେ କଂଗ୍ରେସ ପ୍ରତିନିଧି ଦଳ ଏବଂ ନର୍ସିଂହୋମର କର୍ତ୍ତୃପକ୍ଷଙ୍କ ସହିତ କଥା କଟାକଟି ହୋଇଥିଲା । ଆହତଙ୍କୁ ଭେଟିବା ପାଇଁ ମେଡିକାଲ୍ କର୍ତ୍ତୃପକ୍ଷ ମନା କରିଦେବାରୁ ମହିଳା କଂଗ୍ରେସର କର୍ମୀମାନେ ମହିଳା କମିଶନରଙ୍କୁ ଭେଟିଥିଲେ । ମହିଳା କମିଶନର ମିନତୀ ବେହେରା କୌଣସି ପ୍ରତିକ୍ରିୟା ଦେଇ ନଥିବା କଂଗ୍ରେସ ଅଭିଯୋଗ କରିଛି । ଅଘଟଣ ପାଇଁ ଦାୟୀ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଓଏଚଆସସିରେ ମାମଲା ରୁଜୁ ହୋଇଛି ।

ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟ ଲକ୍ଷ୍ମୀ ସାହୁ କହିଛନ୍ତି, "ନିର୍ଯାତନାର ଶୀକାର ହୋଇଥିବା ହୋମଗାର୍ଡ ହେଲେ ଅନୁଗୋଳର ଶୈରିନ୍ଦ୍ରୀ ସାହୁ । ଡିଆଇଜି ଵ୍ରିଜେଶ ରାଏଙ୍କ ପତ୍ନୀଙ୍କ ବିରୋଧରେ ହୋଇଛି ଏହି ଅଭିଯୋଗ । ଏନେଇ ଚାରି ଆଡ଼େ ହଟଚମଟ ଜାରି ରହିଛି । କିନ୍ତୁ କାହିଁକି ଏହାକୁ ନେଇ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । କାହିଁକି ନିର୍ଯାତନା ଶିକାର ହୋଇଥିବା ହୋମଗାର୍ଡଙ୍କୁ ସହ ସାକ୍ଷାତ କରିବାକୁ ଅନୁମତି ପ୍ରଦାନ କରାଯାଉ ନାହିଁ । ଏହି ପ୍ରସଙ୍ଗକୁ ନେଇ ମହିଳା କମିଶନରଙ୍କୁ ଜଣାଇଥିଲେ ମଧ୍ୟ ସେ କିଛି ଉତ୍ତର ନଦେଇ ଚାଲିଯାଇଥିଲେ । ଆମକୁ ଭେଟିବାକୁ ଦିଆ ଯାଉ କି ନ ଦିଆ ଯାଉ ତାଙ୍କୁ ଓ ତାଙ୍କ ପରିବାରକୁ ଉଚିତ ନ୍ୟାୟ ମିଳୁ । ତାଙ୍କ ପରିବାରକୁ ସରକାର କ୍ଷତି ପୂରଣ ପ୍ରଦାନ କରନ୍ତୁ ।"

ଅଧିକ ପଢନ୍ତୁ: ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, କ୍ରାଇମବ୍ରାଞ୍ଜ ADGଙ୍କୁ OSCWର ତଦନ୍ତ ନିର୍ଦ୍ଦେଶ

ପ୍ରକାଶ ଥାଉ କି, କିଛି ଦିନ ପୂର୍ବେ ଅନୁଗୋଳ ଜିଲ୍ଲାରେ ମହିଳା ହୋମଗାର୍ଡ ଶୈରିନ୍ଦ୍ରୀ ସାହୁ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନା ସହିନପାରି ମହିଳା ହୋମଗାର୍ଡ ଜଣଙ୍କ ଆତ୍ମହତ୍ୟା କରିବା ପାଇ ଉଦ୍ୟମ କରିଥିଲେ । ସୌଭାଗ୍ୟବସତଃ ସେ ବଞ୍ଚି ଯାଇଥିଲେ ।

ସେ ବଞ୍ଚିଯାଇଥିଲେ ମଧ୍ୟ ଦୁଇଟି ଯାକ ଗୋଡ଼ ହରାଇଥିଲେ । ଘଟଣା ପରେ ଡିଆଇଜି ବ୍ରିଜେଶ ରାୟଙ୍କର ବଦଳି ମଧ୍ୟ ହୋଇଛି । ଘଟଣାକୁ ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ନିନ୍ଦା କରିଛନ୍ତି । ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଜବାବ ତଲବ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.