ETV Bharat / state

4 ଦୁର୍ଦ୍ଦାନ୍ତ ଲୁଟେରା ଗିରଫ: 15 ଭରିରୁ ଊର୍ଦ୍ଧ୍ବ ସୁନା ଓ ମୋବାଇଲ ଜବତ

କମିଶନରେଟ ପୋଲିସ 4 ଦୁର୍ଦ୍ଦାନ୍ତ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 15 ଭରିରୁ ଅଧିକ ସୁନା ସହ 5 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ମୋଟର ସାଇକେଲ ସହ ବିଭିନ୍ନ ମୋବାଇଲ ଆଦି ଜବତ କରାଯାଇଛି ।

author img

By

Published : Oct 24, 2019, 2:30 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ

କଟକ : କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ। ଜଗତପୁର ଥାନା ପୋଲିସ ୪ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫ ଭରିରୁ ଅଧିକ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୮୫ ହଜାରରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ଗତ ୧୩ ତାରିଖରେ ସୋମ୍ୟ ରଞ୍ଜନ ନାୟକ ନାମକ ଜଣେ ଵ୍ୟକ୍ତି ତାଙ୍କ ବନ୍ଧୁଙ୍କ ସହ ଜଗତପୁର ଅଞ୍ଚଳର ଆଇବି ରୋଡ଼ରେ ଯାଉଥିଲେ । ଏହି ସମୟରେ ଏକ ନମ୍ବର ବିହୀନ ଗାଡିରେ ଜଣେ ଲୁଟେରା ଆକ୍ରମଣ କରି ତଳେ ପକାଇ ଦେଇଥିଲା। ସୋମ୍ୟ ଗାଡ଼ିରୁ ତଳେ ପଡ଼ି ଆହତ ହେବା ପରେ ଲୁଟେରା ଜଣକ ତାଙ୍କ ବେକରୁ ସୁନା ଚେନ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ଏନେଇ ସୋମ୍ୟ ଜଗତପୁର ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଜଣକୁ ଧରିଥିଲା। ଅଧିକ ପଚରା ଉଚରା ପରେ ଏହି ଲୁଟେରା ଗ୍ୟାଙ୍ଗ ପାଖରେ ପୋଲିସ ପହଞ୍ଚି ପାରିଥିଲା ।

ଏହି ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ୧୩ ଟି ସୁନାଚେନ୍୧୪୮ ଗ୍ରାମ ,୨ ହଳ ସୁନା କାନ ଫୁଲ ୫ ଗ୍ରାମ, ଗୋଟିଏ ୩ ଗ୍ରାମର ସୁନା ଲକେଟ୨୬ ଗ୍ରାମ, ସୁନାର ବିଭିନ୍ନ ଅଳଙ୍କାର,ଗୋଟିଏ କଳାରଙ୍ଗର ବାଇକ, ୨ ଟି ସ୍କୁଟି ,୫ ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ ଫୋନକୁ ଜଗତପୁର ପୋଲିସ ଜବତ କରିଛି ।

ଗିରଫ ହୋଇଥିବା ୪ ଲୁଟେରା ହେଉଛନ୍ତି , ବଳରାମ ଓରଫ ବାବୁନା ସାହୁ,ରଞ୍ଜିତ ଓରଫ ଟୁଟୁ, ରାଜକିରଣ ପ୍ରସାଦ ଓ କେଶବ ସାମଲ। ଏହି ୪ ଜଣଙ୍କ ବିରୋଧରେ ବିଭିନ୍ନ ଥାନାରେ ୨୫ ରୁ ଊର୍ଦ୍ଧ୍ବ ମାମଲା ରହିଛି । ତେବେ ଆଜି ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ।ଜଗତପୁର ଥାନା ପୋଲିସ ୪ ଲୁଟେରା ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫ ଭରି ରୁ ଅଧିକ ସୁନା ଜବତ କରିଛି।ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୮୫ ହଜାର ରୁ ଅଧିକ ହେବ ବୋଲି ଜଣା ପଡ଼ିଛି।
ସୂଚନା ଅନୁଯାୟୀ ଗତ ୧୩ ତାରିଖରେ ସୋମ୍ୟ ରଞ୍ଜନ ନାୟକ ନାମକ ଜଣେ ଵ୍ୟକ୍ତି ତାଙ୍କ ବନ୍ଧୁ ଙ୍କ ସହ ଜଗତପୁର ଅଞ୍ଚଳର ଆଇବି ରୋଡ଼ ନିକଟରେ ଯାଉଥିବା ସମୟରେ ଏକ ନମ୍ବର ବିହୀନ ଗାଡିରେ ଜଣେ ଲୁଟେରା ଆକ୍ରମଣ କରି ତଳେ ପକାଇ ଦେଇଥିଲା।ସୋମ୍ୟ ଗାଡ଼ିରୁ ତଳେ ପଡ଼ି ଆହତ ହେବା ପରେ ଲୁଟେରା ଜଣକ ତାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇ ଫେରାର୍ ହୋଇଯାଇଥିଲା।ଏନେଇ ସୋମ୍ୟ, ଜଗତପୁର ଥାନା ରେ ମାମଲା ମଧ୍ୟ ରୁଜୁ କରିଥିଲେ।ପୋଲିସ ଘଟଣାର ତଦନ୍ତକରି ଅଭିଯୁକ୍ତ ଜଣକୁ ଧରିଥିଲା।ଅଧିକ ପଚରା ଉଚରା ପରେ ଏହି ଲୁଟେରା ଗ୍ୟାଙ୍ଗ ପାଖରେ ପୋଲିସ ପହଞ୍ଚି ପାରି ଥିଲା।ଲୁଟେରା ଗ୍ୟାଙ୍ଗ ର ୪ ଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ୧୩ ଟି ସୁନା ଚେନ୍,(୧୪୮ ଗ୍ରାମ) ,୨ ହଳ ସୁନା କାନ ଫୁଲ,(୫ ଗ୍ରାମ )ଗୋଟିଏ ୩ ଗ୍ରାମର ସୁନା ଲକେଟ,୨୬ ଗ୍ରାମ ସୁନା ର ବିଭିନ୍ନ ଅଳଙ୍କାର,ଗୋଟିଏ କଳାରଙ୍ଗର ବାଇକ,୨ ଟି ସ୍କୁଟି ,୫ ଟି ବିଭିନ୍ନ ବ୍ରାଣ୍ଡ ର ମୋବାଇଲ ଫୋନ କୁ ଜବତ କରିଛି ଜଗତପୁର ଥାନା ପୋଲିସ।
ଗିରଫ ହୋଇଥିବା ୪ ଲୁଟେରା ହେଉଛନ୍ତି , ବଳରାମ ଓରଫ ବାବୁନା ସାହୁ,ରଞ୍ଜିତ ଓରଫ ଟୁଟୁ, ରାଜକିରଣ ପ୍ରସାଦ ,ଓ କେଶବ ସାମଲ।ଏହି ୪ ଜଣଙ୍କ ବିରୋଧରେ ବିଭିନ୍ନ ଥାନାରେ ୨୫ ରୁ ଉର୍ଧ୍ୱ ମାମଲା ରହିଛି।ତେବେ ଆଜି ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.