କଟକ: ତାନ୍ତ୍ରିକ କୈଫକୁ ରିମାଣ୍ଡରେ ଆଣିବ କଟକ କମିଶନରେଟ ପୋଲିସ। କୈଫକୁ 4 ଦିନିଆ ରିମାଣ୍ଡ ଆଣିବା ପାଇଁ କଟକ ମଙ୍ଗଳାବାଗ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କଟକ JMFC କୋର୍ଟ। ଠକ ତାନ୍ତ୍ରିକ କୈଫି ନାଁ ରେ 5 ଟି ମାମଲା ରୁଜୁ ହୋଇଥିବା ବେଳେ କଟକ ମଙ୍ଗଳାବାଗ ଥାନାରେ ୪ ଟି ମାମଲା ଏବଂ କଟକ ସଦର ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି। ଗୁଣି ଗାରେଡି କରି ମୋଟ ଏକ କୋଟି ୧୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ତେବେ ରିମାଣ୍ଡରେ ନେଇ ତାନ୍ତ୍ରିକର ଆର୍ଥିକ କାରବାର ସମ୍ପର୍କରେ ଖୋଲତାଡ଼ କରିବ ପୋଲିସ। ବିଶେଷକରି କେତେ ଟଙ୍କା ଠକେଇ କରିଛି ଏବଂ କେତେ ଲୋକଙ୍କ ଠାରୁ ଏଭଳି ଠକେଇ କରିଛି ସେନେଇ ତଦନ୍ତ କରିବ ପୋଲିସ।
ସେହିପରି ଠକେଇ ଟଙ୍କାକୁ ସେ କେଉଁଠି କେଉଁଠି ବିନିଯୋଗ କରିଛି ସେନେଇ ପଚରାଉଚରା କରିବ ପୋଲିସ। ଏନେଇ ଏସିପି ଅମିତାଭ ମହାପାତ୍ର ଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ କୈଫ ର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରାଯିବ।ସେନେଇ ବିଭିନ୍ନ ଦିଗ କୁ ଦୃଷ୍ଟିରେ ରଖି ପଚାରାଯିବ।ଏଥିସହ ସେ କିପରି ଠକେଇ କରୁଥିଲା ତାହାର ମଧ୍ୟ ପଚରାଉଚରା କରାଯିବ ବୋଲି ଏସିପି କହିଛନ୍ତି। ନକଲି ତାନ୍ତ୍ରିକ ଭୁତ ପ୍ରେତ ଦୁର କରିବା ସହ ଚାକିରୀ କରାଇ ଦେବା ଆଳରେ ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ତାନ୍ତ୍ରିକ କୈଫିକ ନାଁରେ ମଙ୍ଗଳାବାଗ ଥାନାର ଯେଉଁ ମାମଲା ରୁଜୁ ହୋଇଥିଲା, ସେଥିରେ ବିଭିନ୍ନ ପ୍ରକାର ଲୁଟ କରିଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ନକଲି ତାନ୍ତ୍ରିକ ଜଣେ ମହିଳା ଙ୍କ ର ଚାକିର ହେଉନଥିବା ବେଳେ ପୂଜା ପାଠ କରିଲେ ଚାକିର ନିଶ୍ଚୟ ହୋଇଯିବ କହିଥିଲେ। ମାତ୍ର ପରେ ଚାକିର ନହେବାରୁ ବ୍ୟବସାୟ କରାଇଦେବା କୁ କହି ୧୫ ଲକ୍ଷ ଟଙ୍କା ଲୁଟି ନେଇଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି।
ଏଥିସହ କଟକରେ ଗୁଣିଗାରେଡି ଆଳରେ ଆଉ ଜଣେ ବ୍ୟକ୍ତିଙ୍କୁ ଠକେଇ କରିଛି ନକଲି ତାନ୍ତ୍ରିକ ଜଣକ । ସମାନ ଢଙ୍ଗ ରେ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଠକି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଘରୁ ଅତୃପ୍ତ ଆତ୍ମା କାଢ଼ିବା ପାଇଁ ଭଦ୍ରକର ଜଣେ ବ୍ୟକ୍ତିଙ୍କୁ ଠକେଇ କରିଥିଲା ନକଲି ତାନ୍ତ୍ରିକ ।ଏନେଇ ଠକେଇର ଶିକାର ହୋଇଥିବା ବ୍ୟକ୍ତି ମଙ୍ଗଳାବାଗ ଥାନାର ଦ୍ବାରସ୍ଥ ହୋଇଥିଲେ। ସେହିପରି ଯେଉଁ ଯେଉଁ ବ୍ୟକ୍ତି ଏହି ଲୁଟ ର ଶିକାର ହୋଇଛନ୍ତି, ସେମାନେ ମଙ୍ଗଳାବାଗ ଥାନାରେ ସୂଚନା ଦେବାକୁ ଏସିପି ନିବେଦନ କରିଛନ୍ତି। ଯାହାଦ୍ୱାରା ତଦନ୍ତ ପ୍ରକ୍ରିୟା ରେ ସହଯୋଗ ମିଳିପାରିବ। କାରଣ ରାଜ୍ୟର ବିଭିନ୍ନ ସ୍ଥାନକୁ ତାର ଚେର ଲମ୍ବିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ତେବେ ଅଭିଯୁକ୍ତ ଜଣକ ର ୧୧ ଟି ବ୍ୟାଙ୍କ ଆକାଉଣ୍ଟ ରେ କେତେ ଟଙ୍କା ଅଛି ଏବଂ ତାର ଅର୍ଥନୈତିକ କାରବାର ର ଯାଞ୍ଚ କରାଯିବ ବୋଲି ଏସିପି କହିଛନ୍ତି।
ଇଟିଭି ଭାରତ, କଟକ