ETV Bharat / state

ହୋଟେଲ ଉପରେ କମିଶନରେଟ ପୋଲିସର ନଜର, ନିୟମିତ ଗେଷ୍ଟ ଲିଷ୍ଟ ଅପଡେଟ କରିବାକୁ ନିର୍ଦ୍ଦେଶ - ଆକ୍ସନ ମୋଡରେ କମିଶନରେଟ୍ ପୋଲିସ

ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ସମସ୍ତ ହୋଟଲ ଉପରେ କଡା ନଜର । ଗେଷ୍ଟ ଲିଷ୍ଟ ନିୟମିତ ପ୍ରଦାନ କରିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ନିୟମିତ ଗେଷ୍ଟ ଲିଷ୍ଟ ଅପଡେଟ କରିବାକୁ ନିର୍ଦ୍ଦେଶ

author img

By

Published : Apr 30, 2023, 12:15 PM IST

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଗେଷ୍ଟ ଲିଷ୍ଟ ନିୟମିତ ପ୍ରଦାନ କରିବାକୁ ନିର୍ଦ୍ଦେଶ

କଟକ: ଗତ କିଛି ଦିନ ତଳେ କଟକରେ ହୋଟେଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ସମସ୍ତ ହୋଟେଲ ଗୁଡ଼ିକର ଗେଷ୍ଟ ଲିଷ୍ଟ ନିୟମିତ ପ୍ରଦାନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । କଟକ ମଧୁପାଟଣା ଥାନା ଅଞ୍ଚଳର ଏକ ହୋଟେଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ପରେ କଟକ ଡିସିପି ପିନାକ ମିଶ୍ର ସମସ୍ତ ଥାନା ଅଧିକାରୀମାନଙ୍କୁ ନିୟମିତ ଅତିଥିମାନଙ୍କର ଡାଟା ହୋଟେଲ ମାନଙ୍କ ଠାରୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସହରର ସମସ୍ତ ହୋଟେଲ ଗୁଡିକୁ ନିୟମିତ ସମୟ ବ୍ୟବଧାନରେ ଗେଷ୍ଟ ଲିଷ୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏହାକୁ ଯେପରି କେହି ଖିଲାପ ନକରିବେ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ‘‘ଭୁବନେଶ୍ୱର ପରି କଟକ ସହରରେ ମଧ୍ୟ "ସରାଇ" ଆପ ବ୍ୟବହାର ପାଇଁ ପଦକ୍ଷେପ ନିଆଯାଉଛି । ଏନେଇ ପୋଲିସ କମିଶନରଙ୍କ ସହ କଥାବାର୍ତ୍ତା କରିଛୁ । ତଥ୍ୟ ବା ସୂଚନା ପହଞ୍ଚାଇବାରେ ଏହି ଆପ ସାହାଯ୍ୟ କରିବ । ଏହା ଫଳରେ ହୋଟେଲ ଗୁଡିକ ଉପରେ ଅଧିକ ନଜର ରଖିହେବ । କୌଣସି ପ୍ରକାର ଅପ୍ରୀତିକର ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ପୋଲିସକୁ ଖବର ଦେବାକୁ ହୋଟେଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ ଗୁଡିକରେ କୌଣସି ଭୋଜି ଭାତ, ଉତ୍ସଵ ପାଳନ ପାଇଁ ଯାଉଥିଲେ ସତର୍କ ରହିବା ସହ ସଂଯମତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ନିୟମ ନମାନିଲେ ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିଭଳି ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ଵାଗତ କରିଛନ୍ତି କଟକର ଅନେକ ହୋଟେଲ ମାଲିକ । ପୂର୍ବରୁ ଦୈନିକ ଅତିଥି ମାନଙ୍କର ସମୂର୍ଣ୍ଣ ତଥ୍ୟ ପୋଲିସକୁ ପ୍ରଦାନ କରାଯାଉଥିଲା ଏବେ ମଧ୍ୟ କରାଯାଉଛି । ହୋଟେଲର ସବୁ ଆଡ଼େ ସିସିଟିଭି କ୍ୟାମେରାର ବନ୍ଦୋବସ୍ତ କରାଯାଇଛି । ସବୁ ଘଟଣା ଉପରେ ନଜର ରଖାଯାଉଛି ବିଶେଷ କରି ହୋଟେଲ କର୍ମଚାରୀମାନଙ୍କୁ ଅତିଥିମାନଙ୍କ ସହ ଭଦ୍ର ବ୍ୟବହାର ଦେଖାଇବା ପାଇଁ ତାଗିଦ୍ କରାଯାଉଛି । ଏହା ସହ ଅନଲାଇନ୍ ମାଧ୍ୟମରେ ଯଦି ପୋଲିସ ତଥ୍ୟ ସଂଗ୍ରହ କରନ୍ତି ତେବେ ଆହୁରି ସୁବିଧା ହୋଇପାରନ୍ତା । ଯେହେତୁ ବିଭିନ୍ନ ପରୀକ୍ଷା, ମେଡିକାଲ୍, ହାଇକୋର୍ଟ କାର୍ଯ୍ୟ ପାଇଁ କଟକକୁ ଅନେକ ଲୋକେ ଆସୁଛନ୍ତି । ତେଣୁ ସେମାନଙ୍କର ସୁରକ୍ଷା ପାଇଁ ପୋଲିସ ଦ୍ବାରା ନିଆଯାଇଥିବା ପଦକ୍ଷେପ ବେଶ୍ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଭିନ୍ନ ହୋଟଲ ମାଲିକ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.