ETV Bharat / state

ଚୋରି ସାମଗ୍ରୀ ଫେରାଇଲା କମିଶନରେଟ ପୋଲିସ, ଖୁସି ହେଲେ ଲୋକେ - କମିଶନରେଟ ପୋଲିସ

ଚୋରି ହୋଇଥିବା ମୋବାଇଲ ଗାଡିକୁ ଖୋଜି ଆଣି ଫେରାଇଲା କମିଶନରେଟ ପୋଲିସ । ବିଭିନ୍ନ ଥାନା ପୋଲିସ 180ଟି ମୋବାଇଲ, 20ଟି ମଟର ସାଇକେଲ, ସୁନା ଅଳଙ୍କାର ଏବଂ 5 ଟି ସାଇକେଲ ଜବତ କରିଛି । ଅଧିକ ପଢନ୍ତୁ

ଚୋରି ସାମଗ୍ରୀ ଫେରାଇଲା କମିଶନରେଟ ପୋଲିସ
commissionerate police
author img

By

Published : Dec 18, 2022, 9:50 PM IST

ଚୋରି ସାମଗ୍ରୀ ଫେରାଇଲା କମିଶନରେଟ ପୋଲିସ

କଟକ: ଚୋରି ହୋଇଥିବା ମୋବାଇଲ ଗାଡିକୁ ଖୋଜି ଆଣି ଫେରାଇଲା କମିଶନରେଟ ପୋଲିସ । କଟକର ବିଭିନ୍ନ ଥାନା ପୋଲିସ 180ଟି ମୋବାଇଲ, 20ଟି ମଟର ସାଇକେଲ, ସୁନା ଅଳଙ୍କାର ଏବଂ 5ଟି ସାଇକେଲକୁ ଜବତ କରିଥିଲା । ଚୋରି ମୋବାଇଲ ଏବଂ ଅନ୍ୟାନ୍ୟ ଜିନିଷ ଯେଉଁମାନଙ୍କର ଚୋରି ହୋଇଥିଲା ସେମାନଙ୍କୁ ଫେରାଇଛି ପୋଲିସ ।

କଟକ ସହରର ବିଭିନ୍ନ ସ୍ଥାନରୁ ଚୋର ଏହି ମୋବାଇଲ ଏବଂ ଗାଡି ଲୁଟ୍ କରି କଟକ ଜିଲ୍ଲା ବାହାରକୁ ଚାଲି ଯାଉଥିଲେ । ପୋଲିସ ନିକଟରେ ମାମଲା ରୁଜୁ ହେବା ପରେ ପୋଲିସ ସେମାନଙ୍କୁ ଟ୍ରାକ୍‌ କରି ଧରିବାରେ ସଫଳ ହୋଇଛି । ସମସ୍ତ ଲୁଟେରାଙ୍କୁ ପୋଲିସ ଧରି କୋର୍ଟ ଚାଲାଣ କରିବା ସହ ଲୁଟ୍ ମୋବାଇଲ ଗାଡି ଏବଂ ଅଳଙ୍କାର ଜବତ କରିଥିଲା । ଲୁଟ ମୋବାଇଲ ଗାଡିକୁ ଲୁଟେରାମାନେ ନେଇ କମ୍‌ ଟଙ୍କାରେ ବିକ୍ରି କରୁଥିବା ଜଣାପଡିଛି । ତେବେ ଦୀର୍ଘ ଦିନ ପରେ ଚୋରି ହୋଇଥିବା ନିଜ ନିଜ ଜିନିଷ ପାଇ ଖୁସି ଜାହିର କରିଛନ୍ତି ଲୁଟର ଶିକାର ହୋଇଥିବା ଲୋକେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.