ETV Bharat / state

ରାତି ପାହିଲେ ବାଲିଯାତ୍ରା, ନିୟୋଜିତ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ ସହର । ରାତି ପାହିଲେ ବାଲିଯାତ୍ରା ପଡିଆରେ ଜମିବ ଲୋକଙ୍କ ଭିଡ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିୟୋଜିତ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଅଧିକ ପଢନ୍ତୁ

author img

By

Published : Nov 7, 2022, 4:33 PM IST

ରାତି ପାହିଲେ ବାଲିଯାତ୍ରା
ରାତି ପାହିଲେ ବାଲିଯାତ୍ରା

କଟକ: ରାତି ପାହିଲେ କଟକ ଐତିହାସିକ ବାଲିଯାତ୍ରା । ଏନେଇ ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଲାଣି ବାଲିଯାତ୍ରା ପଡିଆ । ଦୀର୍ଘ ଦୁଇ ବର୍ଷ ପରେ କଟକରେ ପୁଣି ଆରମ୍ଭ ହେବ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରାକୁ ବେଶ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶକଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେବ । ଗତ ଦୁଇ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ହୋଇନଥିବା ବେଳେ ଚତିଳ ବର୍ଷ ବହୁ ଲୋକଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ ।

ରାତି ପାହିଲେ ବାଲିଯାତ୍ରା

ବାଲିଯାତ୍ରା ପାଇଁ କଡାକଡା ସୁରକ୍ଷା ବ୍ୟବସ୍ଥା

ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଭିଡ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା ଓ ଉଭୟ ପଡିଆରେ ଜନ ସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ବାଲିଯାତ୍ରାକୁ ଉପଭୋଗ କରିବେ ତାହା ଉପରେ ପୋଲିସର କଡା ନଜର ରହିବ । ଏଥିସହ ଚଳିତ ବର୍ଷ ନୂତନ କରି ଚାରୋଟି ପୋଲିସ ସପୋର୍ଟ ପୋଷ୍ଟ ଖୋଲାଯିବ ଯେଉଁଥିରେ ଜନ ସାଧାରଣଙ୍କ ସମସ୍ୟା ହେଲେ ଥାନାକୁ ନ ଯାଇ ସେହିଠାରେ ଏକ ଫର୍ମ ଯୋଗେ ଏତଲା ଦେଇ ପାରିବ । ଭିଡ ନିୟନ୍ତ୍ରଣ ପାଇଁ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ୨୦ଟି ଏଡ ପୋଷ୍ଟ ବ୍ୟବସ୍ଥା ହୋଇଛି । ସେହିପରି ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆକୁ ସମ୍ପୂର୍ଣ୍ଣ ସିସିଟିଭି କ୍ୟାମେରା ବଳୟରେ ରଖାଯିବ ବୋଲି କହିଛନ୍ତି ଡିସିପି ।

ରାତି ପାହିଲେ ବାଲିଯାତ୍ରା
ରାତି ପାହିଲେ ବାଲିଯାତ୍ରା

ମୁଖ୍ୟ ଆକର୍ଷଣ ହେବ କଟକ ଇନ୍‌ କଟକ

ଚଳିତ ବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ନୂଆ ନୂଆ ପଦକ୍ଷପ ଗ୍ରହଣ କରାଯାଇଛି । ବାଲିଯାତ୍ରାକୁ ବେଶ ସରସ ସୁନ୍ଦର କରିବାକୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଏଥର କିନ୍ତୁ ମୁଖ୍ୟ ଆକର୍ଷଣୀୟ ରହିବ କଟକ ଇନ କଟକ କନସେପ୍ଟ । ଏହାକୁ ପ୍ରଥମ ଥର ପାଇଁ ବାଲିଯାତ୍ରାରେ କରାଯାଇଛି । ଏହି କନସେପ୍ଟରେ ସହରର ସମସ୍ତ ଐତିହାସିକ ସ୍ଥାନ ବା ସହରର ପରମ୍ପରାକୁ ସ୍ଥାନିତ କରାଯିବ । ଜଣେ ଦର୍ଶକ ଏଠାକୁ ଆସିଲେ ସହରର ସମସ୍ତ ଐତିହ୍ୟ ଏବଂ ପରମ୍ପରା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବ ବା ତଥ୍ୟ ପାଇପାରିବ । ଏହା ପ୍ରାୟ ୬ ଏକରରୁ ଅଧିକ ଜମିରେ ପ୍ରସ୍ତୁତ କରାଯାଉଛି । ଏହି ସ୍ଥାନରେ ସହରର ଭାଇଚାରାକୁ ମଧ୍ୟ ସ୍ଥାନିତ କରାଯିବ ।

ରାତି ପାହିଲେ ବାଲିଯାତ୍ରା
ରାତି ପାହିଲେ ବାଲିଯାତ୍ରା

ଲେଜର ଲାଇଟ ଶୋ
ଲୋକଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମ ଥର ବାଲିଯାତ୍ରାରେ ଲେଜର ଲାଇଟ ଶୋ ବ୍ୟବସ୍ଥା କରାଯାଇଛି । ଲେଜର ଲାଇଟ ଶୋ'ରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ବ୍ୟବହାର କରି କଟକରେ ଐତିହସ୍ଥାନ ଓ ମହାନ ବ୍ୟକ୍ତିତ୍ବଙ୍କ ଜୀବନୀକୁ ନେଇ ଏହା ପ୍ରଦର୍ଶନ କରାଯିବ । ଟ୍ରାଏଲରେ ଥ୍ରୀଡି ଆନିମେଶନ ଶହ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା । ଦିଲ୍ଲୀରୁ ଆସିଥିବା ଟିମ୍ ମହାନଦୀ ପାଣିରେ ଏହାକୁ ଆଜି ଟ୍ରାଏଲ କରିଥିଲେ । ବାଲିଯାତ୍ରା ସମୟରେ ଲାଇଟ୍‌ ଏଣ୍ଡ ସାଉଣ୍ଡ ମାଧ୍ୟମରେ ୮ଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ମାଗଣାରେ ଦର୍ଶକ ଏହାର ମଜା ନେଇପାରିବେ ।

ରାତି ପାହିଲେ ବାଲିଯାତ୍ରା
ରାତି ପାହିଲେ ବାଲିଯାତ୍ରା

ବଲିଓଡ ଓ ଓଲିଉଡଙ୍କ ଗୀତରେ ଜମିବ ବାଲିଯାତ୍ରା

ରାତି ପାହିଲେ ବାଲିଯାତ୍ରା
ରାତି ପାହିଲେ ବାଲିଯାତ୍ରା

ଆସନ୍ତାକାଲି ଠାରୁ ସନ୍ଧ୍ୟା ହେଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସିବ ବାଲିଯାତ୍ରା ପଡିଆ । ଉଭୟ ବଲିଉଡ ଓ ଓଲିଉଡ ଗୀତରେ ଝୁମିବେ ବାଲିଯାତ୍ରାକୁ ଆସିଥିବା ଲୋକେ । ଜଣାଶୁଣା ବଲିଉଡ ଗାୟକ ଜାଭେଦ ଅଲି, କୈଳାସ ଖେର ପ୍ରମୁଖ କରିବେ ଧମାଲ । ଯାହାର ଭରପୁର ମଜା ଉଠାଇବେ ଦର୍ଶକ । ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, ଅସୀମା ପଣ୍ଡା ଓ ଅନ୍ୟନ୍ୟ ଗାୟକ ମଧ୍ୟ ଏହି ବାଲିଯାତ୍ରାରେ ନଜର ଆସିବେ । ସମ୍ବଲପୁରୀ, ଓଡ଼ିଆ ଗୀତର ତାଳେତାଳେ ଝୁମିବେ ଦର୍ଶକ । ତେବେ ବାଲିଯାତ୍ରାରେ ଦୁଇଟି ମଞ୍ଚରେ ହେବ ସମସ୍ତ କାର୍ଯ୍ୟକ୍ରମ । ତଳ ପଡିଆରେ ବୈଷ୍ଣବ ପାଣି ମଞ୍ଚ ରହିଥିଲା ବେଳେ ଉପର ପଡିଆ ରେ ଅକ୍ଷୟ ମହାନ୍ତିଙ୍କ ମଞ୍ଚ ରହିବ । ସବୁ ଦିନ ଓଡ଼ିଆ ସଂସ୍କୃତି ପରମ୍ପରା, ଲୋକକଳା ସହ ବଲିଉଡ଼ର ମନଛୁଆଁ ଗୀତ ନୃତ୍ୟ ସମସ୍ତେ ଦେଖିବେ ।

ରାତି ପାହିଲେ ବାଲିଯାତ୍ରା
ରାତି ପାହିଲେ ବାଲିଯାତ୍ରା

ପ୍ଲାଷ୍ଟିକ ମୁକ୍ତ ହେବ ବାଲିଯାତ୍ରା

ପରିବେଶକୁ ସୁସ୍ଥ ଓ ସ୍ବଚ୍ଛଳ ରଖିବା ପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବାଲିଯାତ୍ରାରେ ଡିଜିଟାଲ ଡିପୋଜିଟ ରିଫଣ୍ଡ୍‌ ସିଷ୍ଟମ କାର୍ଯ୍ୟକାରୀ ହେବ । ଯାହାଦ୍ୱାରା ପ୍ଲାଷ୍ଟିକ ଜନିତ ପ୍ରଦୂଷଣକୁ ରୋକାଯାଇ ପାରିବ । ଏହି ସିଷ୍ଟମ ଅନୁଯାୟୀ ବାଲିଯାତ୍ରା ପଡିଆରୁ ପ୍ଲାଷ୍ଟିକ ମୃଦୁ ପାନୀୟ ବୋତଲ, ଖାଦ୍ୟ ପ୍ୟାକେଟ ଜରି ଇତ୍ୟାଦିରେ କ୍ୟୁଆର କୋଡ୍‌ ରହିବ । ଆଉ ସେହି ପ୍ଲାଷ୍ଟିକକୁ ବ୍ୟବହାର କରିବା ପରେ ସିଏମସି କିମ୍ବା ଜିଲ୍ଲା ପ୍ରଶାସନର ଲାଗିଥିବା କଲେକ୍ସନ ଷ୍ଟଲ ନିକଟରେ ଦାଖଲ କଲେ 5 ଟଙ୍କା ଫେରସ୍ତ ପାଇବେ ଗ୍ରାହକ । ଯାହାଦ୍ୱାରା ଉକ୍ତ ପ୍ଲାଷ୍ଟିକ ଗୁଡିକ ଏଣେତେଣେ ପଡିବନି ।

ରାତି ପାହିଲେ ବାଲିଯାତ୍ରା
ରାତି ପାହିଲେ ବାଲିଯାତ୍ରା

ବାଲୁକା କଳାରେ ଉଦଘାଟନ

ଆସନ୍ତାକାଲି ବାଲୁକା କଳା ମାଧ୍ୟମରେ ଉଦଘାଟିତ ହେବ ବାଲିଯାତ୍ରା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଟକ ଇନ୍ କଟକ ପାଭିଲିୟନ୍ ଠାରେ ନିର୍ମାଣ ହେଉଛି ଏହି ବାଲୁକା କଳା ମାଧ୍ୟମରେ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥର ବାଲିଯାତ୍ରାରେ ଏକ ସ୍ବତନ୍ତ୍ର କଳା ପ୍ରଦର୍ଶନ କରିବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ରାତି ପାହିଲେ ବାଲିଯାତ୍ରା
ରାତି ପାହିଲେ ବାଲିଯାତ୍ରା

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.