ETV Bharat / state

କଲେଜିୟମ କୋର୍ଟ ବର୍ଜନ କରିବ ହାଇକୋର୍ଟ ବାର୍ ଆସୋସିଏସନ - କୋର୍ଟ ବର୍ଜନ

ବିଚାରପତି ଚୟନରେ ଅନିୟମିତତା ଅଭିଯୋଗ । ନିୟମିତ ଆଇନଜୀବୀଙ୍କୁ କଲେଜିୟମ କରୁନାହିଁ ଚୟନ । ଯାହାକୁ ନେଇ ଆନ୍ଦୋଳନ ଜାରି ରଖିବ ବାର ଆସୋସିଏସନ ।

ଫାଇଲ ଫଟୋ
author img

By

Published : Jun 17, 2019, 8:08 PM IST

କଟକ: ନିୟମିତ ଆଇନଜୀବୀଙ୍କ ମଧ୍ୟରୁ ବିଚାରପତି ଚୟନ କରିବା ଦାବି ନେଇ ଆନ୍ଦୋଳନ ଜାରି ରଖିବ ହାଇକୋର୍ଟ ବାର ଆସୋସିଏସନ । ଆସନ୍ତା ୨୬ ତାରିଖ ଅର୍ଥାତ ୧୦ ଦିନ ପର୍ଯ୍ୟନ୍ତ କଲେଜିୟମ ସଦସ୍ୟ ଥିବା ୩ ବିଚାର ପତିଙ୍କ କୋର୍ଟକୁ ବର୍ଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଛି ବାର ଆସୋସିଏସନ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତ, କଟକ

ସେହିପରି ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଓ ଆଇନମନ୍ତ୍ରୀଙ୍କୁ ଏକ ପ୍ରତିନିଧି ଦଲ ଭେଟିବା ପାଇଁ ବୈଠକରେ ସ୍ଥିର ହୋଇଛି । ସୂଚନା ଯୋଗ୍ୟ ହାଇକୋର୍ଟ ବାର ପରିସରଭୁକ୍ତ ନଥିବା ଜଣେ ଆଇନଜୀବୀଙ୍କୁ ବିଚାରପତି ପାଇଁ କଲେଜିୟମ ଚୟନ କରୁଥିବାରୁ ଏପରି ନିଷ୍ପତ୍ତିକୁ ବିରୋଧ କରିଛି ବାର ଆସୋସିଏସନ ।

ଅନ୍ୟପଟେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ନ୍ୟାୟାଳୟରେ ସମୁଦାୟ ୨୭ ଜଣ ବିଚାରପତି ଆବଶ୍ୟକ ଥିବାବେଳେ ଏବେ ମାତ୍ର ୧୩ ଜଣ ବିଚାରପତିଙ୍କୁ ନେଇ ହାଇକୋର୍ଟରେ ବିଚାର ପ୍ରକ୍ରିୟା ଚାଲୁଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଓଡିଶା ହାଇକୋର୍ଟ ବାର ଆସୋସିଏସନ୍‌ । ତୁରନ୍ତ ୧୪ଜଣ ବିଚାରପତି ପଦ ପୂରଣ କରିବା ସହିତ ହାଇକୋର୍ଟ ବାର ମଧ୍ୟରୁ ଏମାନଙ୍କୁ ଚୟନ କରିବାକୁ ଦାବି କରିଛି ଆସୋସିଏସନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

FSD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.