କଟକ : କଟକ ମହାନଗର ନିଗମର ବଢିବ ରାଜସ୍ୱ । ପାଖାପାଖି 100କୋଟି ଟଙ୍କା ରାଜସ୍ୱ ଆଦାୟ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ସିଏମସି। ଆସନ୍ତା ତିନିମାସ ମଧ୍ୟରେ ସହରରେ ଥିବା ଦେଢ଼ ଲକ୍ଷ ଘର ଓ ଦୋକାନରୁ ଏହି ଟାର୍ଗେଟ ପୁରା କରାଯିବ । ଆଉ ଏଥିପାଇଁ ନିୟୋଜିତ ହୋଇଛନ୍ତି ପାଖାପାଖି 60 ସ୍ୱୟଂସହାୟକ ଗୋଷ୍ଠୀ ।
ପ୍ରତି ୱାର୍ଡରୁ ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଆଦାୟ କରିବେ ରାଜସ୍ୱ । ଏନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । କିଭଳି ଭାବେ ଘରକୁ ଘର ବୁଲି ଟିକସ ଆଦାୟ କରିବେ ସେଥିପାଇଁ ଦିଆଯାଇଛି ପ୍ରଶିକ୍ଷଣ ।
ଏହାଛଡା ପୂର୍ବରୁ ବାକି ପଡିଥିବା ବକେୟା ଟିକସକୁ ମଧ୍ୟ ଆଦାୟ କରିବେ ଏସଏଚଜିର ମହିଳାମାନେ । ତେବେ ଯେଉଁ ଅର୍ଥ ଆଦାୟ କରାଯିବ ତାହା ଡିଜିଟାଲ ପଦ୍ଧତିରେ ହିଁ ଟିକସ ଆଦାୟ କରାଯିବ । ପୂର୍ବରୁ କଟକ ମହାନଗର ନିଗମର ଟ୍ୟାକ୍ସ କଲେକ୍ଟର କାର୍ଯ୍ୟ କରୁଥିଲେ ସୁଦ୍ଧା ଯେତିକି ରାଜସ୍ୱ ଆଦାୟ କରାଯାଉଥିଲା ତାହା ସମୁଦ୍ରକୁ ଶଙ୍ଖେ ଥିଲା ବୋଲି କହିଛନ୍ତି ସିଏମସି କମିଶନର ।
ଏ ସମ୍ପର୍କରେ ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି, ''ସିଏମସିର ଯେଉଁ ରାଜସ୍ବ କଲେକସନ ହୁଏ ସେଥିପାଇଁ ଆମର ଟ୍ୟାକସ କଲେକ୍ଟର ଅଛନ୍ତି । ଆମର ଯେତିକି ଆଦାୟ ଆଣିବାର ଥିଲା ତାହାଠୁ ବହୁତ କମ ଆଦାୟ କରୁଛୁ । ତେବେ ଏଥିରେ ଏସଏଚଜି ମହିଳାଙ୍କୁ ସାମିଲ କରାଯାଇଛି । ସମସ୍ତ ସ୍ବୟଂସହାୟିକାଙ୍କୁ ରାଜସ୍ବ ଆଦାୟ କିପରି ହୁଏ ସେ ସମ୍ପର୍କିତ ତାଲିମ ଦିଆଯିବ । ଯେଉଁ ଟିକସ ଆଦାୟ କରାଯିବ ତାହା ଡିଜିଟାଲ ପଦ୍ଧତିରେ ହିଁ ହେବ । ପୂର୍ବରୁ କଟକ ମହାନଗର ନିଗମର ଟ୍ୟାକ୍ସ କଲେକ୍ଟର କାର୍ଯ୍ୟ କରୁଥିଲେ ସୁଦ୍ଧା ଯେତିକି ରାଜସ୍ୱ ଆଦାୟ କରାଯାଉଥିଲା ତାହା ସମୁଦ୍ରକୁ ଶଙ୍ଖେ ଥିଲା ବୋଲି କହିଛନ୍ତି ସିଏମସି କମିଶନର। ଏହାଛଡା ପୂର୍ବରୁ ବାକି ପଡିଥିବା ବକେୟା ଟିକସକୁ ମଧ୍ୟ ଆଦାୟ କରିବେ ଏସଏଚଜିର ମହିଳାମାନେ ।''
ଇଟିଭି ଭାରତ, କଟକ