ETV Bharat / state

ସିଏମସି ମେୟରଙ୍କ ପ୍ରତିଶୃତି, ପୂଜା ପୂର୍ବରୁ କଟକରେ ସରିବ ରାସ୍ତା ମରାମତି କାମ

ଦିନ କେଇଟା ପରେ ଦୁଲୁକିବ କଟକ । ଧରାବତରଣ କରିବେ ମା’ ଦୁର୍ଗା । ଯାହାକୁ ନେଇ କଟକ ସହର ଚଳଚଞ୍ଚଳ ହୋଇଥିବା ବେଳେ ପୂଜା ସମୟରେ ଲୋକମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେନେଇ ଜୋରଦାର ପ୍ରସ୍ତୁତି ଚଳାଇଛି କଟକ ମହାନଗର ନିଗମ । ଅଧିକ ପଢ଼ନ୍ତୁ

ପୂଜା ପୂର୍ବରୁ କଟକରେ ସରିବ ରାସ୍ତା ମତାମତି କାମ

author img

By ETV Bharat Odisha Team

Published : Oct 17, 2023, 8:05 PM IST

ପୂଜା ପୂର୍ବରୁ କଟକରେ ସରିବ ରାସ୍ତା ମତାମତି କାମ

କଟକ: ଆଉ ଦିନ କେଇଟା ପରେ ଦୁଲୁକିବ କଟକ । ଧରାବତରଣ କରିବେ ମା' ଦୁର୍ଗା । ଯାହାକୁ ନେଇ କଟକ ସହର ଚଳଚଞ୍ଚଳ ହୋଇଥିବା ବେଳେ ପୂଜା ସମୟରେ ଲୋକମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେନେଇ ଜୋରଦାର ପ୍ରସ୍ତୁତି ଚଳାଇଛି କଟକ ମହାନଗର ନିଗମ । ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାମ ଶେଷ ହେବ ବୋଲି କହିଛନ୍ତି ସିଏମସି ମେୟର ସୁବାଷ ସିଂ।

ଚଳିତ ବର୍ଷ କଟକରେ 170ରୁ ଉର୍ଦ୍ଧ୍ବ ଦୁର୍ଗା ମେଢ଼ ପୂଜା ପାଇବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜୋରଦାର କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରତି ଓ୍ବାର୍ଡକୁ ରାସ୍ତା ମରାମତି କାମ ପାଇଁ ୧୦ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଅଧିକାଂଶ ଓ୍ବାର୍ଡରେ ଠାଏ ଠାଏ ଖାଲ ଖମାରେ ପିଚୁ ଢାଳି କାମ ସାରିଦେଇଛି ସିଏମସି । ଏହାସହ ଯେଉଁ ଯାଗାରୁ ଖରାପ ମାନର କାମ ହେଉଥିବା ଅଭିଯୋଗ ଆସିଵ ସେଠାରେ ସଂମ୍ପୃକ୍ତ ଠିକାଦାରଙ୍କ ଵିଲ୍ ପାସ୍‌ କରାଯିଵ ନାହିଁ । ଏପରିକି ସବୁ ବିଭାଗକୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାଧ୍ୟମରେ ତାଗିଦ କରିଛନ୍ତି କଟକ ମେୟର ସୁବାଷ ସିଂ ।

ସୁବାଷ କହିଛନ୍ତି,"ପୂଜା ପୂର୍ବରୁ କୌଣସି ପ୍ରକାରେ ଅସୁବିଧା ରହିବ ନାହିଁ । ଲଗାତାର ବର୍ଷା ଫଳରେ ରାସ୍ତାଘାଟ ଖରାପ ହୋଇଛି । ଏହାର ମରାମତି ପାଇଁ ଦିନରାତି କାମ କରାଯାଉଛି । ମୁଖ୍ୟରାସ୍ତାର ମରାମତି କାମ ସରିବା ଉପରେ ରହିଛି । ଭସାଣି ପାଇଁ ମଧ୍ୟ ରାସ୍ତାକୁ ଠିକ କରାଯାଉଛି । ମୁଖ୍ୟରାସ୍ତାକୁ ପୂର୍ଣ୍ଣାଙ୍ଗ କରାଯାଉଛି । ଆଉ ଯାହା କାମ ରହିଛି ତାକୁ ଦଶହରା ମଧ୍ୟରେ ଶେଷ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ନଭେମ୍ବର ୨୭ରୁ କଟକ ବାଲିଯାତ୍ରା: ସ୍ୱାସ୍ଥ୍ୟ, ପରିମଳ ଓ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ

ପୂର୍ବରୁ ବସିଥିବା ପୂଜା ପ୍ରସ୍ତୁତି ବୈଠକରେ ସାରା କଟକରେ 24 ଘଣ୍ଟିଆ ଜଳଯୋଗାଣ ପାଇଁ ଅନେକ ପୂଜା କମିଟି ଦାବି କରି ଆସୁଥିଲେ । ଓ୍ବାଟକୋ ତରଫରୁ ପାଇପଲାଇନ ପଡିଵା ଯୋଗୁଁ ରାସ୍ତା ଖରାପ ହୋଇଛି, ସେଗୁଡିକୁ ହାତରେ ସମୟ ଥାଇ କାମ କରିଦିଆଯିବା ନେଇ ଓ୍ବାଟକୋ ପକ୍ଷରୁ କୁହାଯାଇଥିଲା । କିନ୍ତୁ ରାସ୍ତାକୁ ମରାମତି କରିନଥିବା ବେଳେ ସିଏମସି ମେୟର ତାଙ୍କୁ ତାଗିତ କରିଛନ୍ତି । ଏହାସହ ଟ୍ୟାଙ୍କର ଯୋଗେ ଛକ ଯାଗାରେ ଜଳଯେଗାଣ କରାଯିବ। ଯାହାଦ୍ୱାରା ପୂଜା ସମୟରେ କେହି ଅସୁବିଧାର ସମ୍ମୁଖିନ ହେବେନି ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । ବର୍ତ୍ତମାନ ଏସସିଵି ସମ୍ପ୍ରସାରଣ କାମ ଦୁର୍ଗାପୂଜା ସମୟରେ ଭାରି ଯାନ ଚଳାଚଳ କଟକରେ ଵନ୍ଦ ରହିବ । ପୂଜା ପରେ ରିଙ୍ଗ ରୋଡରେ ଖାନନଗର ଦେଇ ବସ୍ ଯିବ ବୋଲି କହିଛନ୍ତି ସୁବାଷ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.