ETV Bharat / state

ସରକାରୀ ଘରର ସାଙ୍ଘାତିକ ସତ, ବସ୍ତି ବାସିନ୍ଦାଙ୍କୁ ବିକିଦେଇଛି ଦଲାଲ ! - cuttack news

ସରକାରଙ୍କ ପକ୍ଷରୁ EWS ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଅନ୍ଦରପୁର ଠାରେ ଫ୍ଲାଟରେ ୧୯୦ଟି ଘର ନିର୍ମାଣ କରାଯାଇଥିଲା। ଗତକାଲି(ଗୁରବାର) ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇ ଉକ୍ତ ଜବରଦଖଲକାରୀଙ୍କୁ ଉଛେଦ କରାଯିବା ସହ ଘର ଗୁଡିକୁ ସିଲ କରିଛି । ଅଧିକ ପଢନ୍ତୁ

ଜବରଦଖଲ ଆପାର୍ଟମେଣ୍ଟକୁ ଖାଲି କଲା CMC,ସାମ୍ନାକୁ ଆସିଲା ଟଙ୍କା ଠକେଇର ଅଭିଯୋଗ

author img

By

Published : Feb 4, 2022, 6:41 PM IST

କଟକ: ସରକାରଙ୍କ ପକ୍ଷରୁ EWS ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଅନ୍ଦରପୁର ଠାରେ ଫ୍ଲାଟରେ ୧୯୦ଟି ଘର ନିର୍ମାଣ କରାଯାଇଥିଲା। ଏହି ଆପାର୍ଟମେଣ୍ଟରେ ୧୯୨ ଟି ଫ୍ଲାଟ ରହିଥିବା ବେଳେ ମାତ୍ର ୬୬ଜଣ ହିତାଧିକାରୀଙ୍କୁ ସିଏମସି ପକ୍ଷରୁ ଘର ମିଳିଥିଲା। ତେବେ ବାକି ଥିବା ଘର ଗୁଡିକୁ ଗତ ୬ ମାସ ହେଲା ବେଆଇନ ଭାବେ ୨୫ରୁ ଅଧିକ ବସ୍ତିବାସିନ୍ଦା ଜବରଦଖଲ କରିନେଇଥିଲେ ।

ସରକାରୀ ଘରର ସାଙ୍ଘାତିକ ସତ, ବସ୍ତି ବାସିନ୍ଦାଙ୍କୁ ବିକିଦେଇଛି ଦଲାଲ !

ଗତକାଲି(ଗୁରବାର) ମହାନଗର ନିଗମ ପକ୍ଷରୁ ଚଢାଉ କରାଯାଇ ଉକ୍ତ ଜବରଦଖଲକାରୀଙ୍କୁ ଉଛେଦ କରାଯିବା ସହ ଘର ଗୁଡିକୁ ସିଲ କରିଛି । ଉଛେଦ ସମୟରେ ଜବରଦଖଲକୁ ବିରୋଧ କରିବା ସହ କିଛି ସମୟ ମାଗିଥିଲେ ବସ୍ତିବାସିନ୍ଦା । କିନ୍ତୁ ସିଏମସି ପକ୍ଷରୁ ସମୟ ଦିଆ ନ ଯାଇ ବିଡାନସୀ ସ୍ଥିତ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ଗ୍ରହଣ କରିଛି ସିଏମସି।

ଅନ୍ୟପଟେ ସରକାରୀ ଘରକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବସ୍ତିବାସିନ୍ଦା । ସ୍ଥାନୀୟ ରାଜା ନାମକ ବ୍ୟକ୍ତି ମୋଟା ଅଙ୍କର ଅର୍ଥ ନେଇ ଏହି ଘର ଯୋଗାଇଥିଲା । ନିଜସ୍ୱ ଘର ଖଣ୍ଡେ ପାଇବା ଲୋଭରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୦ହଜାର ଟଙ୍କାରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଦେଇଥିଲେ ବସ୍ତିବାସିନ୍ଦା। ଯାହାକୁ ନେଇ ସିଏମସି ଓ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ଠକାମୀର ଶିକାର ହୋଇଥିବା ଲୋକେ । ତୁରନ୍ତ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ନିଜେ ରାଜା ଏହି ଆପାର୍ଟମେଣ୍ଟର ଗୋଟିଏ ଘରେ ଚଳାଇଥିଲେ ନିଜର ଅଫିସ। ଉଛେଦ ସମୟରେ ଉକ୍ତ ଘରୁ ବହୁ କାଗଜପତ୍ର ସହ ଅନେକ ବିଦେଶୀ ମଦ ମଧ୍ୟ ଜବତ କରିଥିଲା ସିଏମସି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏ ରାଜା ନାମକ ବ୍ୟକ୍ତି କିଏ ? ସେ କାହିଁକି ବସ୍ତିବାସିନ୍ଦାଙ୍କ ଠାରୁ ଏତେ ଟଙ୍କା ନେଇଥିଲା ? ଏଥିରେ କେବଳ ତାହାର ସମ୍ପୃକ୍ତ ରହିଛି ନା ବହୁ ବଡ଼ ବଡ଼ିଆଙ୍କର ସମ୍ପୃକ୍ତି ରହିଛି ସେ ନେଇ ଖୋଲତାଡ଼ କରୁଛି କମିଶନରେଟ ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.