ETV Bharat / state

କଟକରେ ପହଞ୍ଚିଲା ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀର, ସିଏମସି କାର୍ଯ୍ୟାଳୟରେ ଶେଷ ଦର୍ଶନ

author img

By

Published : Apr 21, 2023, 7:53 PM IST

କଟକ ମହାନଗର ନିଗମର କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ତଥା ନଗରପାଳ ତ୍ରିଲୋଚନ କାନୁନଗୋଙ୍କ ଶେଷ ଦର୍ଶନ । ମେୟର, ଜିଲ୍ଲାପାଳଙ୍କ ସମେତ ସମସ୍ତ କର୍ପୋରେଟର ଓ ପ୍ରଶାସନିକ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢ଼ନ୍ତୁ

trilochan kanungo passed away
ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ
ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ

କଟକ: ବର୍ଷୀୟାନ ରାଜନେତା ତଥା ପୂର୍ବତନ କଟକ ନଗରପାଳ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି(ଶୁକ୍ରବାର) ସକାଳ ସମୟରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ଶୁଣିବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି । ଅନେକ ରାଜନୈତିକ ବ୍ୟକ୍ତି ବିଶେଷ ଓ ସାହି ମୁରବୀମାନେ ତ୍ରିଲୋଚନ କାନୁନଗୋଙ୍କ ଶେଖ୍‌ ବଜାର ସ୍ଥିତ ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଚଳି ଦେବା ସହ ଅନ୍ତିମ ଦର୍ଶନ କରିଛନ୍ତି ।

ସ୍ବର୍ଗତ ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯିବା ପରେ କଟକ ମହାନଗର ନିଗମର କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏଠାରେ ମେୟର ସୁବାସ ସିଂ, ଚୌଦ୍ଵାର କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ସମସ୍ତ କର୍ପୋରେଟର ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ତାଙ୍କ ପାର୍ଥିବ ଶରୀରକୁ କଟକ ଶେଖ୍ ବଜାର ସ୍ଥିତ ବାସଭବନ ଓ ପରେ ପୈତୃକ ବାସସ୍ଥାନ ଅଡସପୁରକୁ ନିଆଯାଇଛି । ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, "ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ କଟକ ପାଇଁ ଏକ ଅପୂରଣୀୟ କ୍ଷତି । ଯେବେ କଟକ ମହାନଗର ନିଗମର ସେ ଚେୟାରମ୍ୟାନ ଥିଲେ ସହରକୁ ଏକ ନୂଆ ରୂପ ଦେଇଥିଲେ । ବିଶେଷକରି ମଶା ଉପଦ୍ରୁବକୁ ସର୍ବଦା ରୋକିବା ପାଇଁ ଆଣିଥିଲେ ଏକ ନୂଆ ଫର୍ମୁଲା । ଯାହା ପରବର୍ତ୍ତୀ ସମୟରେ ବେଶ୍‌ ଫଳପ୍ରଦ ହୋଇଥିଲା । ପ୍ରତି ଡ୍ରେନରେ ଗଙ୍ଗୋସିଆ ମାଛ, ମଶା ତେଲ ଇତ୍ୟାଦି ସିଞ୍ଚନ କରିବା ପାଇଁ ଯୋଜନା ଆରମ୍ଭ କରିଥଲେ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ କଟକରେ ମଶା ବିନାଶକ ବୋଲି କୁହାଯାଉଥିଲା ।"

ଓଡ଼ିଆ ରାଜନୀତିରେ ଜଣେ ଅଭିଜ୍ଞ ରାଜନେତା ସହ ଶିକ୍ଷାବିତ ଓ ଅର୍ଥନୈତିଜ୍ଞ ଥିଲେ ତ୍ରିଲୋଚନ । ସେ ତିନିଥର ବିଧାୟକ ହୋଇଥିବା ବେଳେ ଥରେ ବିଜେଡି ଟିକେଟରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । 1971 ଓ 1985 ମସିହାର ବିଧାନସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ 2 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1974 ମସିହାରେ ସେ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ 1999 ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତ୍ରିଲୋଚନ କାନୁନଗୋ ରାଜ୍ୟ ଅର୍ଥ କମିସନର ଅଧ୍ୟକ୍ଷ ଭାବେ କରିଥିଲେ । ତାଙ୍କ ବିୟୋଗରେ କେବେଳ କଟକ ନୁହେଁ ଭୁବନେଶ୍ୱର, ଜଗତସିଂହପୁର ସମେତ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.