ETV Bharat / state

ଓଡିଶାର ୩ ରତ୍ନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Nov 13, 2021, 8:41 PM IST

ପାରାଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଆଜି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ 'ଖେଳ ରତ୍ନ' ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅଧିକ ପଢନ୍ତୁ...

CM naveen patnaik Congratulates pramod bhagat, Amit Rohidas and Birendra Lakra on being conferred with the prestigious Major Dhyan Chand Khel Ratna Award & Arjuna Award
ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନରେ ସମ୍ମାନିତ ପ୍ରମୋଦ ଭଗତ, ଅମିତ, ବୀରେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ପାରାଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଆଜି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ 'ଖେଳ ରତ୍ନ' ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବରୁ ତାଙ୍କୁ ଖେଳରତ୍ନ ମିଳିବ ବୋଲି ଘୋଷଣା କରାଯାଇଥିଲା । ପ୍ରମୋଦଙ୍କ ବ୍ୟତୀତ ଚଳିତ ବର୍ଷ ଓଡ଼ିଆ ହକି ଷ୍ଟାର୍ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ବୀରେନ୍ଦ୍ର ଓ ଅମିତଙ୍କ ବ୍ୟତୀତ ମୋଟ ୩୫ ଜଣଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଓଡିଶାକୁ ଗର୍ବିତ କରିଥିବା ୩ ତାରକା ଖେଳାଳିଙ୍କୁ ସମ୍ମାନଜକ କ୍ରୀଡା ପୁରସ୍କାରରେ ସମ୍ମାନୀତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ପ୍ରଦାନ ପୂର୍ବରୁ ରାଷ୍ଟ୍ରପତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆଗରେ ପ୍ରମୋଦ ଜଣେ ପାରା ଆଥଲେଟ ଭାବେ ଦେଶ ପାଇଁ ହାସଲ କରିଥିବା ସଫଳତାକୁ ଉପସ୍ଥାପନ କରାଯାଇଥିଲା। ଏହାପରେ ସେ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ମେଡାଲ ସହ ପ୍ରମାଣପତ୍ର ଗ୍ରହଣ କରିଥିଲେ।

ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ 'ଖେଳ ରତ୍ନ' ପୁରସ୍କାର ପାଇଛନ୍ତି । ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ 'ଖେଳ ରତ୍ନ'ରେ ସମ୍ମାନିତ କରାଯାଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.