ETV Bharat / state

Netaji Jayanti: ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ - ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ନେତାଜୀଙ୍କ ୧୨୬ତମ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାରଠାରେ ଜମିଲା ପ୍ରବଳ ଭିଡ଼ । ଏଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଅଧିକ ପଢନ୍ତୁ

Netaji Jayanti
Netaji Jayanti
author img

By

Published : Jan 23, 2023, 4:28 PM IST

କଟକ: ସାରା ଦେଶ ଆଜି ପାଳୁଛି ସ୍ବାଧୀନତା ସଂଗ୍ରାମୀ ତଥା ଭାରତମାତାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ବୋଷଙ୍କ ୧୨୬ତମ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାରଠାରେ ଥିବା ତାଙ୍କ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମାଲ୍ୟାର୍ପଣ କରିବା ସହ ଏହି ମହାନ ବ୍ୟକ୍ତିତ୍ବଙ୍କ ସ୍ମୃତିଚାରଣ କରିଛନ୍ତି । ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନରେ ପ୍ରବଳ ଭିଡ ଲାଗି ରହିଛି ।

ବିଶେଷକରି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଆଦି ସବୁ ବର୍ଗର ଲୋକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥିଲା । ନେତାଜୀ ସଂଗ୍ରାହଳୟରେ ଆଜି ଉତ୍ସବର ମାହଲ ବାରି ହୋଇ ପଡୁଥିଲା । ଏହି ଅବସରରେ ବିଭିନ୍ନ ବୟସ ଓ ବର୍ଗର ଲୋକମାନେ ଏଠାକୁ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେହି ମହାନ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବର ସ୍ମୃତିଚାରଣ ମଧ୍ୟ କରିଥିଲେ । ଆଜି ନେତାଜୀ ଜୟନ୍ତୀ ଅବସରରେ ଜାନକୀନାଥ ଭବନ ବା ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟରେ ପ୍ରଦର୍ଶିତ ହୋଇଥିବା ଓ ନେତାଜୀଙ୍କ ଦ୍ବାରା ବ୍ୟବହୃତ ହେଉଥିବା ବିଭିନ୍ନ ବିରଳ ସାମଗ୍ରୀକୁ ଦେଖି ଅବିଭୁତ ହୋଇଥିଲେ ଲୋକେ ।

ଏହା ବି ପଢନ୍ତୁ-Netaji Subash Chandra Bose Jayanti: ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ

ସରକାରୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଜାନକୀନାଥ ଭବନରେ ପହଞ୍ଚି ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଦେଶ ମାତୃକାର ସେବା ପାଇଁ ନେତାଜୀ ଅବଦାନ ଓ ତାଙ୍କ ବଳିଦାନ ଚିର ଦିନ ଲାଗି ସ୍ମରଣୀୟ ବୋଲି କହିଥିଲେ । ଅନ୍ୟପଟେ ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ ଥିବାରୁ ଏହି ବୀର ସ୍ବାଧୀନତା ସେନାନୀଙ୍କ ସ୍ମୃତି ରକ୍ଷା ପାଇଁ ମଧ୍ୟ ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ମତ ରଖିଥିଲେ ରାଜ୍ୟପାଳ ।

ଏହା ବି ପଢନ୍ତୁ- ଆସନ୍ତାକାଲି ନେତାଜୀ ଜୟନ୍ତୀ, ସ୍ୱତନ୍ତ୍ର କାର୍ଯକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ କୋଲକାତାରୁ ଆସିଥିବା ନେତାଜୀଙ୍କ ନାତି ସୁପ୍ରିୟୋ ବୋଷଙ୍କ ଜାନକୀନାଥ ଭବନ ପରିଦର୍ଶନ କରିଥିଲେ । ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠୁ ବୋଲି ସେ ଦାବି କରିଛନ୍ତି । ଏ ନେଇ ସେ କହିଛନ୍ତି, " ବିମାନ ଦୁର୍ଘଟଣାକୁ ମୁଁ ଗ୍ରହଣ କରିପାରୁନାହିଁ ଓ ସହନବାଜ କମିଶନ ରିପୋର୍ଟ ଗ୍ରହଣୀୟ ନୁହେଁ ।" ତେବେ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଓଡ଼ିଶା ଫେରିବା ଭଳି ନେତାଜୀ ବ୍ୟବହାର କରୁଥିବା ଅଷ୍ଟିନ କାରଟିକୁ ମଧ୍ୟ ଓଡ଼ିଶା ଫେରାଇ ଅଣାଯିବା ପ୍ରସଙ୍ଗ ଆଜି ଜାନକୀନାଥ ଭବନରେ ଗୁଞ୍ଜରିତ ହୋଇଥିଲା ।

ତେବେ ଏନେଇ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ ବୋଲି ବିଜେଡି ସାଂସଦ ଭର୍ତ୍ତୃହରୀ ମହତାବ କହିଛନ୍ତି । ଏହା ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଏହାର ବିକଶ ପାଇଁ ସରକାର ଅନେକ ପଦକ୍ଷେପ ନେବା ଉଚିତ। ବିଶେଷକରି ଏହି ସ୍ଥାନକୁ ଯେପରି ବାହାର ପର୍ଯ୍ୟଟକମାନେ ଆସିବେ, ସେଥିପାଇଁ ଏହି ରାସ୍ତାକୁ ଅଧିକ ସମ୍ପ୍ରସାରଣ କରାଯିବା ପାଇଁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.