ETV Bharat / state

9th Exam: ଏପ୍ରିଲ ୧୩ରୁ ଆରମ୍ଭ ନବମ ସମ୍ମେଟିଭ-୨ ପରୀକ୍ଷା - ନବମ ଶ୍ରେଣୀ ପରୀକ୍ଷା ତାରିଖ

ଆସନ୍ତା ଏପ୍ରିଲ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ ପରୀକ୍ଷା-୨ । ଏପ୍ରିଲ ୧୩ରୁ ୨୧ ଯାଏ ହେବ ନବମ ଶ୍ରେଣୀ ସମ୍ମେଟିଭ୍‌-୨ ପରୀକ୍ଷା । ସମ୍ମେଟିଭ୍‌-୧ ଢାଞ୍ଚାରେ କୋଭିଡ ନିୟମ ମାନି ହେବ ସମ୍ମେଟିଭ୍‌-୨ ପରୀକ୍ଷା । ଅଧିକ ପଢନ୍ତୁ

9th EXam: ଏପ୍ରିଲ ୧୩ରୁ ଆରମ୍ଭ ନବମ ସମ୍ମେଟିଭ ପରୀକ୍ଷା-୨

author img

By

Published : Mar 14, 2022, 5:53 PM IST

କଟକ: ଆସନ୍ତା ଏପ୍ରିଲ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ ପରୀକ୍ଷା-୨ । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ପରୀକ୍ଷା ହେବ । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟ ଏକ ସ୍କୁଲରେ ମୂଲ୍ୟାୟନ ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ।

9th EXam: ଏପ୍ରିଲ ୧୩ରୁ ଆରମ୍ଭ ନବମ ସମ୍ମେଟିଭ ପରୀକ୍ଷା-୨

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହାଇସ୍କୁଲ କୋର୍ସ ପାଇଁ ସେକେଣ୍ଡ ସିଟିଂ ନଥିବା ବେଳେ ମଧ୍ୟମାଙ୍କ ପାଇଁ ୨ ଦିନ ସେକେଣ୍ଡ ସିଟିଂ ରହିଛି । ପୂର୍ବ ବର୍ଷ ସମ୍ମେଟିଭ ୧ ପରୀକ୍ଷା ପରି ଚଳିତ ବର୍ଷ ମଧ୍ୟ ସମାନ ଢାଞ୍ଚା ରହିବ । କିନ୍ତୁ ଚଳିତ ଥର ଭୋକେସନଲା ଟ୍ରେଡର ପ୍ରାକ୍ଟିକାଲ ପରୀକ୍ଷା ୫୦ ମାର୍କର ହେବ । ଏଗୁଡିକ ନିଜ ସ୍କୁଲରେ ମାର୍ଚ୍ଚ ୩୧ ତାରିଖରୁ ଏପ୍ରିଲ ୮ ମଧ୍ୟରେ ହେବ । ଏହାପରେ ଏପ୍ରିଲ ୧୮ ସୁଦ୍ଧା ମୂଲ୍ୟାଙ୍କନ ପରେ ବୋର୍ଡକୁ ଓସେପା ସମସ୍ତ ମାର୍କ ସବମିଟ କରିବେ ବୋଲି ଜଣାପଡ଼ିଛି । ସେହିପରି ଟିଏଲଭି ଥିଓରୀରେ ୨୦ ମାର୍କ ଓ ପ୍ରାକ୍ଟିକାଲ ୬୦ ମାର୍କ ହେବ । ଏଠାରେ ମଧ୍ୟ OMR ସିଟରେ ପରୀକ୍ଷା ହେବ ନାହିଁ । ଏହାର ମଧ୍ୟ ସମୟ ଅବଧି ଦଶମ ଶ୍ରେଣୀ ପରି ରହିବ ।

ମଧ୍ୟମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବ ପରି ହେବ । ୧୩ରୁ ୨୧ରେ ପରୀକ୍ଷା ହେବା ସମୟରେ ମୂଲ୍ୟାଙ୍କନ ପ୍ରକ୍ରିୟା କିନ୍ତୁ ୧୮ ତାରିଖରୁ ଆରମ୍ଭ ହେବ । ରିଭ୍ୟୁ ପଦ୍ଧତି ୨୮ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ । ଏପ୍ରିଲ ୩୦ ତାରିଖଠାରୁ ମାର୍କ ଅପଲୋଡିଂ ଆରମ୍ଭ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.