ETV Bharat / state

ମାସେ ଭିତରେ ଉଜୁଡି ଗଲା ସଂସାର, ବାପା ପରେ ଚାଲିଗଲା ପୁଅର ଜୀବନ

author img

By

Published : Dec 21, 2022, 8:56 PM IST

ଗତ କିଛି ଦିନ ତଳେ ଯାତ୍ରା କଳାକାର ରାନୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ବାପା ସୁକାନ୍ତ ବେହେରାଙ୍କର ମୃତ୍ୟୁ ଘଟିଥିଲା । ବାପାର ମୃତ୍ୟୁକୁ ମାସେ ବିତି ନଥିବା ବେଳେ ଆଜି ସୁକାନ୍ତଙ୍କ ୨ ବର୍ଷର ପୁଅର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ବାପା ପରେ ଚାଲିଗଲା ପୁଅର ଜୀବନ
ବାପା ପରେ ଚାଲିଗଲା ପୁଅର ଜୀବନ
ମାସେ ଭିତରେ ଉଜୁଡି ଗଲା ସଂସାର , ବାପା ପରେ ଚାଲିଗଲା ପୁଅର ଜୀବନ

କଟକ: ଗୋଟିଏ ମାସରେ ଉଜୁଡିଗଲା ସଂସାର । ଗତ କିଛି ଦିନ ତଳେ ଯାତ୍ରା କଳାକାର ରାନୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ବାପା ସୁକାନ୍ତ ବେହେରାଙ୍କର ମୃତ୍ୟୁ ଘଟିଥିଲା । ବାପାର ମୃତ୍ୟୁକୁ ମାସେ ବିତି ନଥିବା ବେଳେ ଆଜି(ବୁଧବାର) ସୁକାନ୍ତଙ୍କ ୨ ବର୍ଷର ପୁଅର ମୃତ୍ୟୁ ଘଟିଛି । ଆଜି ସକାଳେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁ ପୁତ୍ରର ଦେହାନ୍ତ ଘଟିଛି । କିଛି ଦିନ ତଳେ ଘରେ ଖେଳୁଥିବା ସମୟରେ ଶିଶୁପୁତ୍ର ସୋମ ଗରମ ପେଜ କଡେଇରେ ପଡି ଯାଇଥିଲା । ଫଳରେଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିଲା । ସଙ୍ଗେ ସଙ୍ଗେ ଶିଶୁ ପୁତ୍ରକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଏହାପରେ କଟକ SCB ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଗତ ୧୪ ଦିନ ଡାକ୍ତରଖାନାରେ ଚିକିତ୍ସା ହେବାପରେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ତେବେ ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଲରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଯାତ୍ରା କଳାକାର ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ଶିଶୁ ପୁତ୍ରର ବାପା ସୁକାନ୍ତ ବେହେରାଙ୍କର ମୃତ୍ୟୁ ଘଟିଥିଲା । ଅନୁଗୋଳରୁ ଏକ ବିବାହ ଭୋଜି ସାରି ରାଣୀ ପଣ୍ଡା ଭୁବନେଶ୍ବର ଫେରୁଥିଲେ । ରାତି ପ୍ରାୟ ସାଢେ ୧୦ଟା ସମୟରେ ଆଠଗଡ ମୁଣ୍ଡୁଳୀ ରାସ୍ତାରେ ଥିବା ଏକ ମନ୍ଦିର ନିକଟରେ ରାଣୀଙ୍କ କାର ଏକ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଉଭୟ କାର ଏବଂ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ସୁକାନ୍ତଙ୍କୁ ଆଠଗଡ ମେଡିକାଲ ନିଆଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.