ETV Bharat / state

ଛତ୍ର ବଜାରର ନୂଆ ରୂପ ଅର୍ବାନ ହାଟ, ବ୍ୟବସାୟୀଙ୍କ ପାଇଁ ରହିଛି 550 ପିଣ୍ଡି

author img

By

Published : Apr 7, 2023, 1:39 PM IST

ଆସନ୍ତା ମେ’ ମାସରେ କଟକ ଛତ୍ର ବଜାର ଅର୍ବାନ ହାଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟ ତଦାରଖ କଲେ ସିଏମସି ମେୟର, କମିଶନର ଓ ବିଧାୟକ । ଅଧିକ ପଢନ୍ତୁ

Urban market in Cuttack
Urban market in Cuttack

Urban market in Cuttack

କଟକ: ସହରର ଛତ୍ରବଜ଼ାର ରାସ୍ତା କଡରେ ଆଉ ବସିବେ ନାହିଁ ପରିବା ବ୍ୟବସାୟୀ । ସେମାନଙ୍କ ପାଇଁ ଖୁବଶୀଘ୍ର ଖୋଲିବ ଅତ୍ୟାଧୁନିକ ଅର୍ବାନ ହାଟ । ଯେଉଁଠି ରହିଛି 550ଟି ପିଣ୍ଡି । ବ୍ୟବସାୟୀଙ୍କ ପାଇଁ ଲାଇଟ,ପାଣି, ପାର୍କିଂ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଆସନ୍ତା ମେ’ ମାସ ରେ ନୂତନ ପିଣ୍ଡିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିବା ବେଳେ ପିଣ୍ଡିର ଉନ୍ନତି କରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ମେୟର କମିଶନର ଏବଂ ବିଧାୟକ । ସେପଟେ ତାଳ ଦଣ୍ଡା କେନାଲ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି ।

ନୂଆ ରୂପରେ ଛିଡା ହୋଇଛି ତାଳଦଣ୍ଡା କେନାଲ ପାର୍ଶ୍ଵର ଅର୍ବାନ ହାଟ । 150 ବର୍ଷରୁ ଅଧିକ ସମୟ ଧରି କଟକ ଛତ୍ରବଜାର କେନାଲ କଡରେ ଚାଲୁଥିବା ପରିବା ବ୍ୟବସାୟୀ ମାନେ ହେବେ ଉପକୃତ । ଅର୍ବାନ ହାଟରେ ରହିଛି 550 ଗୋଟି ପିଣ୍ଡି । ଖୁବଶୀଘ୍ର ଏହି ହାଟକୁ ସ୍ଥାନାନ୍ତର ହେବେ ପରିବା ବ୍ୟବସାୟୀ । ଖାଲି ଅପେକ୍ଷା ଏହାର ଉଦଘାଟନକୁ । ଯଥାଶୀଘ୍ର ପିଣ୍ଡି ଗୁଡିକୁ ବ୍ୟବସାୟୀ ମାନଙ୍କୁ ଦିଆଯିବ । ଏଥି ସହିତ ପିଇବା ପାଣି, ଶୌଚ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥାର ଅଳ୍ପ କିଛି କାମ ଶେଷ ହେବା ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯିବ ବୋଲି କହିଛନ୍ତି ମେୟର ଓ ବିଧାୟକ ସୌଭିକ ବିଶ୍ୱାଳ ।

ଏହା ମଧ୍ୟ ପଢନ୍ତୁ-କ୍ରିକେଟକୁ ବ୍ରତ କରିଛନ୍ତି ପ୍ରଶାନ୍ତ କାୟସ୍ଥ, 32 ବର୍ଷ ହେଲା ମାଗଣା କୋଚିଂ ଦେଉଛନ୍ତି

କୁହାଯାଏ ନ ଅଙ୍କ" ଦୁର୍ଭିକ୍ଷ ପୂର୍ବରୁ ହିଁ ଛତ୍ର ବଜାର ଅଞ୍ଚଳରେ ପନିପରିବା ବ୍ୟବସାୟ ହୋଇଆସୁଛି । ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସମ୍ପ୍ରସାରଣ ପରେ ଏଠିକାର ବ୍ୟବସାୟୀ ମାନଙ୍କ ପାଇଁ ସ୍ଥାୟୀ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିପାଇଁ ସାଢେ 3 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ନୂଆ ଅର୍ବାନ ମାର୍କେଟକୁ ଲାଗି ତାଳଦଣ୍ଡା କେନାଲ ଯାଇଛି । ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋରସୋର ଚାଲିଛି । ତେଣୁ ପରିବା ମାର୍କେଟକୁ ଆସିବାକୁ ଥିବା ଲୋକମାନେ ଏହି ହାଟରେ ଯେପରି ସୁରୁଖୁରରେ ପରିବା କିଣିପାରିବେ ସେଥିପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ କଟକର ସର୍ବ ପୁରାତନ ଛତ୍ର ବଜାର ଏବେ ନୂଆ ରୂପ ପାଇବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବାପରେ ବହୁ ପରିବା ବ୍ୟବସାୟୀ ଉପକୃତ ହେବେ ବୋଲି ଆଶା । ରାଜ୍ୟ ପାଇଁ ଏକ ବଡ଼ ବାର୍ତ୍ତା ଯିବ ବୋଲି କହିଛନ୍ତି କଟକବାସୀ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.