ETV Bharat / state

ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ଭୃଗୁ ଓ ଗୋଲକ - bhrugu

ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଦୁଇ ବିଜେପି ନେତା । ଛତ୍ରପୁର ଯୁବ ବିଜେଡି ନେତା ତଥା କର୍ପୋରେଟର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସି ପାତ୍ରଙ୍କୁ ହାଜର ପାଇଁ ସମନ କରିଛି ଛତ୍ରପୁର ପୋଲିସ ।

ଫଟୋ ସୌଜନ୍ୟ : ସମ୍ବାଦଦାତା ,କଟକ
author img

By

Published : Feb 8, 2019, 9:28 AM IST

Updated : Feb 8, 2019, 10:45 AM IST

କଟକ: ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଦୁଇ ବିଜେପି ନେତା । ଛତ୍ରପୁର ଯୁବ ବିଜେଡି ନେତା ତଥା କର୍ପୋରେଟର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସି ପାତ୍ରଙ୍କୁ ହାଜର ପାଇଁ ସମନ କରିଛି ଛତ୍ରପୁର ପୋଲିସ । ଗତକାଲି ଗୋଲକ ମହାପାତ୍ରଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କର ଦୁଇ ଓକିଲ ଥାନାରେ ପକ୍ଷ ରଖିଥିଲେ ।

ସେହିପରି ଆସନ୍ତାକାଲି(ଶନିବାର) ଭୃଗୁ ବକ୍ସି ପାତ୍ର ହାଜର ହେବାର ତାରିଖ ରହିଛି ।

ଲକ୍ଷ୍ମୀଦତ୍ତ ଛତ୍ରପୁର ଓ୍ବାର୍ଡ ନଂ 6ର ବିଜେଡି କାଉନସିଲର ଥିଲେ । ଗତ 16 ସେପ୍ଟେମ୍ବର 2017ରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଯୁବ ବିଜେଡି ନେତା ଲକ୍ଷ୍ମୀଦତ୍ତଙ୍କୁ ନିଜ ଘର ସମମ୍ମୁଖରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଏବେ ସୁଦ୍ଧା 19 ଜଣଙ୍କୁ ଗିରଫ କରିଛି ପୋଲିସ ।

ମୁଖ୍ୟ ଅଭିଯୁକ୍ତ ଗୋଲକ ମହାପାତ୍ରଙ୍କ ପରାମର୍ଶରେ ଉତ୍ତରାଖଣ୍ଡରେ ଯାଇ ଆତ୍ମଗୋପନ କରିଥିବା ଅଭିଯୋଗ ହୋଇଥିଲା । ଏମିତିକି ଅଭିଯୁକ୍ତ ହତ୍ୟାକାରୀ ଉତ୍ତରାଖଣ୍ଡରେ ଥିବାବେଳେ ଗୋଲକଙ୍କ ସହ ଯୋଗଯୋଗରେ ଥିବା ଅଭିଯୋଗ ହୋଇଥିଲା । ଯାହାର କଲ ରେକର୍ଡ ପୋଲିସ ପାଖରେ ଥିବା ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ଭୃଗୁ ଓ ଗୋଲକ

କଟକ: ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଦୁଇ ବିଜେପି ନେତା । ଛତ୍ରପୁର ଯୁବ ବିଜେଡି ନେତା ତଥା କର୍ପୋରେଟର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସି ପାତ୍ରଙ୍କୁ ହାଜର ପାଇଁ ସମନ କରିଛି ଛତ୍ରପୁର ପୋଲିସ । ଗତକାଲି ଗୋଲକ ମହାପାତ୍ରଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା । ହେଲେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କର ଦୁଇ ଓକିଲ ଥାନାରେ ପକ୍ଷ ରଖିଥିଲେ । ସେହିପରି ଆସନ୍ତାକାଲି(ଶନିବାର) ଭୃଗୁ ବକ୍ସି ପାତ୍ର ହାଜର ହେବାର ତାରିଖ ରହିଛି ।

ଲକ୍ଷ୍ମୀଦତ୍ତ ଛତ୍ରପୁର ଓ୍ବାର୍ଡ ନଂ 6ର ବିଜେଡି କାଉନସିଲର ଥିଲେ । ଗତ 16 ସେପ୍ଟେମ୍ବର 2017ରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଯୁବ ବିଜେଡି ନେତା ଲକ୍ଷ୍ମୀଦତ୍ତଙ୍କୁ ନିଜ ଘର ସମମ୍ମୁଖରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଏବେ ସୁଦ୍ଧା 19 ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋଲକ ମହାପାତ୍ରଙ୍କ ପରାମର୍ଶରେ ଉତ୍ତରାଖଣ୍ଡରେ ଯାଇ ଆତ୍ମଗୋପନ କରିଥିବା ଅଭିଯୋଗ ହୋଇଥିଲା । ଏମିତିକି ଅଭିଯୁକ୍ତ ହତ୍ୟାକାରୀ ଉତ୍ତରାଖଣ୍ଡରେ ଥିବାବେଳେ ଗୋଲକଙ୍କ ସହ ଯୋଗଯୋଗରେ ଥିବା ଅଭିଯୋଗ ହୋଇଥିଲା । ଯାହାର କଲ ରେକର୍ଡ ପୋଲିସ ପାଖରେ ଥିବା ସୂଚନା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ନ୍ୟୁଜ 

Conclusion:
Last Updated : Feb 8, 2019, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.