ETV Bharat / state

ଆଉ ୧୫ଦିନ ପରେ ଖସିବ ପରିବା ଦର !

ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଆଉ ୧୫ ଦିନ ପରେ ଖସିବ ପରିବା ଦର । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ପରିବା ବ୍ୟବସାୟୀ ସଂଘ ସମ୍ପାଦକ । ଅଧିକ ପଢନ୍ତୁ

author img

By

Published : Jul 11, 2023, 8:59 PM IST

Etv Bharat
Etv Bharat
ଶୁଣନ୍ତୁ କଣ କହୁଛନ୍ତି ପରିବା ବ୍ୟବସାୟୀ ସଂଘ ସମ୍ପାଦକ

କଟକ: କନ୍ଦାଉଛି ପରିବା ଦର । ସ୍ଥିତି ଏମିତି କି ପରିବା କିଣିବାକୁ ଜଣେ ସାଧାରଣ ଲୋକ ପକ୍ଷେ କଷ୍ଟସାଧ୍ୟ ସଦୃଶ । କାରଣ ଯେଉଁ ପରିବା ମାତ୍ର ୧୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇଯାଏ, ତାହା ଏବେ ୧୦୦୦ ଟଙ୍କା ହେଲେ ବି ଭର୍ତ୍ତି ହେଉନାହିଁ । କାରଣ ପରିବା ବଜାରରେ ସତେ ଯେପରି ନିଆଁ ଲାଗିଛି । ଯାହାକୁ କିଣିଲେ ବି କିଲୋ ପ୍ରତି ଶହେ ତଳକୁ ଖସୁ ନାହିଁ । ଆଉ ୧୫ ଦିନ ପରେ ପରିବା ଦର ହ୍ରାସ ପାଇବ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ।

ଏବେ ବଜାରରେ ବିଲାତି କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ, କଲରା, ଭେଣ୍ଡି ଆଦି ଦର ଆକାଶ ଛୁଆଁ । ଯାହାକି ଜଣେ ଗରିବ ବ୍ୟକ୍ତିଙ୍କ ପାଇଁ କିଣିବା କଷ୍ଟସାଧ୍ୟ । ଯଦିଓ ଆଳୁ, ପିଆଜ, କଖାରୁ ଦର ଟିକେ ଆଶ୍ବସ୍ତି ଦେଉଛି ତଥାପି ଅଦା ରସୁଣ ମହଙ୍ଗା ଦରକୁ ନେଇ ଚିନ୍ତାରେ ଖାଉଟି । କେମିତି ଘର ଚଳିବ ? କଣ ଖାଇବେ ପରିବାର ଲୋକ ? ଏହାକୁ ନେଇ ଜଣେ ସାଧାରଣ ଖାଉଟି ଚିନ୍ତାରେ ରହିବା ସ୍ବାଭାବିକ । କାରଣ ଯେତିକି ରୋଜଗାର ସେତିକିରେ ପରିବା କିଣି ଘରକୁ ନେବା ଏବେ ଯେମିତି ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ କେବେ ପରିବା ଦର କମିବ ଅର୍ଥାତ କେବେ ସ୍ଵାଭାବିକ ହେବ ଦର ତାହା ଚାହିଁ ବସିଛି ଖାଉଟି ।

କେବେ ଖସିବ ପରିବା ଦର ? :- ପରିବା ଦର କେବେ ଖସିବ ? କେବେଠାରୁ ସ୍ବାଭାବିକ ହେବ ପରିବା ଦର ? ଏନେଇ ସମସ୍ତଙ୍କ ନଜର ରହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ। ଦେବ ସାହୁଙ୍କ କହିବା ମୁତାବକ ବର୍ଷା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ବର୍ଷା ଯଦି ସ୍ବାଭାବିକ ଭାବରେ ହୋଇଥାନ୍ତା ତେବେ ସଠିକ ସମୟରେ ପରିବା ଅମଳ ହୋଇଥାନ୍ତା । ଆଉ ବଜାରକୁ ଆବଶ୍ୟକତା ଅନୁସାରେ ପରିବା ଆସିଥାନ୍ତା । ମାତ୍ର ବର୍ଷାର ଅଭାବ ଯୋଗୁଁ ପରିବା ବଜାରକୁ ଆସିପାରି ନାହିଁ।

ଏହା ବି ପଢନ୍ତୁ- Digital Dialogue: 'କାଳ ହେଲା ବର୍ଷା, ଆଉ 15ଦିନ ଭିତରେ ସ୍ବାଭାବିକ ହେବ ପରିବା ଦର'

ଯେଉଁ କାରଣରୁ ପରିବା ଦର ଉଚା ରହୁଛି। ସେହିପରି ସ୍ଥାନୀୟ ଅଞ୍ଚଳର ପରିବା ବି ବଜାରକୁ ଆସିପାରି ନାହିଁ । ତାହା ବି ଏକ ବଡ଼ ସମସ୍ୟା । ତେଣୁ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ସ୍ଥାନୀୟ ପରିବା ବଜାରକୁ ଆସିଲେ ଏହା ନିୟନ୍ତ୍ରଣକୁ ଆସିବ ଅର୍ଥାତ ପରିବା ଦର କମିବ ବୋଲି ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.