କଟକ: ପୁଣି ବାରବାଟୀରେ ମହାମୁକାବିଲା । ଆସନ୍ତା 4 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ବାରବାଟୀରେ ଷ୍ଟାଡିଅମରେ ଚାଲିବ ସିନିୟର ମହିଳା ଟି20 ଚାଲେଞ୍ଜର ଟ୍ରଫି । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି କ୍ରିକେଟ ପ୍ରେମୀ । ସମୁଦାୟ 3ଟି ଟିମ ଏହି ପ୍ରତିଯୋଗିତାରେ ଭାଗ ନେବେ । ଭାରତ-ଏ, ଭାରତ-ବି ଓ ଭାରତ-ସି ଦଳ । ବି ଓ ସି ଦଳରେ ଦୁଇ ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟ ଦର୍ଶିନୀ ଓ ମାଧୁରୀ ମେହଟା ଦେଖାଇବେ ତାଙ୍କ କମାଲ ।
ଭାରତ-ଏ ଟିମ : ହରମନପ୍ରୀତ କୌର( ଅଧିନାୟକ ), ତାନିୟା ଭାଟିଆ, ସିବାଲି ସିନ୍ଧେ, ଜାସିଆ ଅଖତର, ପ୍ରିୟା ପୁନିୟା, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ସ୍ନେହ ରାଣା, ମାନସୀ ଯୋଶୀ, ମେଘନା ସିଂ, କୋମଲ ଝନଝଡ଼, ମିନୁ ମାନି , ରାଧା ଯାଦବ, ଭାରତୀ ଫୁଲମାଲି ।
ଭାରତ-ବି ଟିମ : ସ୍ମୃତି ମନ୍ଧାନା( ଅଧିନାୟକ), ସୁଷମା ବର୍ମା, ଆର କଳ୍ପନା, ବନିତା ଭି.ଆର, ଜେମିମା ରୋଡରିଗେଜେ, ଅନୁଯା ପାଟିଲ, ପୁନମ ଯାଦବ, ପୂଜା ଭସ୍ତ୍ରାକର, ଶିଖା ପାଣ୍ଡେ, ରେଣୁକା ସିଂ, ଅଞ୍ଜଳି ସର୍ଭାନି, ସୁଶ୍ରୀ ଦିବ୍ୟ ଦର୍ଶିନୀ, ଟି.ପି କନୱର ଓ ରିଚା ଘୋଷ ।
ଭାରତ-ସି ଟିମ : ଭେଦା କ୍ରିଷ୍ଣମୂର୍ତ୍ତୀ ( ଅଧିନାୟକ), ନୁଜହତ ପରୱିନ, ସେଫାଲି ବର୍ମା, ୟସ୍ତିକା ଭାଟିଆ, ଡି .ହେମଲତା, ହରଲୀନ ଦେଓଲ, ମନାଲି ଦକସିନି, ଜିନ୍ସି ଜର୍ଜ, ଅରୁନ୍ଧତୀ ରେଡ୍ଡି, ମୋନିକା ପଟେଲ, ବୃଷାଲି ଭଗତ, ରାଜେଶ୍ବରୀ ଗାଏକ୍ୱାର୍ଡ, ତନୁଶ୍ରୀ ସରକାର, ମାଧୁରୀ ମହେଟା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ