ETV Bharat / state

Film Award Controversy: ନିରପେକ୍ଷ ଚୟନ କରାଯାଇଛି କହିଲେ କମିଟି ଅଧ୍ୟକ୍ଷ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ଅପଡ଼େଟ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ଚୟନ କମିଟି ଅଧ୍ୟକ୍ଷ । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

Film Award Controversy: ଚୟନକୁ ନିରପେକ୍ଷ କରାଯାଇଛି କହିଲେ ଚୟନ କମିଟି ଅଧ୍ୟକ୍ଷ

author img

By

Published : Dec 14, 2021, 9:05 PM IST

କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଚୟନ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ସାହୁ । ବିଭାଗ ପକ୍ଷରୁ ଗଠିତ ଏକ 6 ଜଣିଆ ଚୟନ କମିଟି ନିରପେକ୍ଷ ଭାବେ ବିଜେତାଙ୍କୁ ଚୟନ କରିଛି । ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ବୋଲି ସେ କହିଛନ୍ତି ।

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ଓଡ଼ିଆ ସିନେମା ବିବାଦ ମଧ୍ୟକୁ ଆସିଥାଏ । ଅନେକ ସମୟରେ ସିନେମା ପୁରସ୍କାରକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି । କିନ୍ତୁ ଏହି ବିବାଦ କୋର୍ଟକୁ ଆସିବାର ନଜୀର ବହୁତ କମ ରହିଛି ଏବଂ ଓଡ଼ିଆ ସିନେମା ଛବିରାଣୀ ପୁରସ୍କାର ପାଇବାରୁ ବଞ୍ଚିତ ହେବା ପରେ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଅଦାଲତଙ୍କ ନିର୍ଦ୍ଦେଶ ଓଡ଼ିଶା ଚଳଚିତ୍ର ପୁରସ୍କାର ବ୍ୟବସ୍ଥାକୁ ପୁଣି ଥରେ କାଠଗଡା ମଧ୍ୟକୁ ଟାଣି ଆଣିଛି ।

Film Award Controversy: ଚୟନକୁ ନିରପେକ୍ଷ କରାଯାଇଛି କହିଲେ ଚୟନ କମିଟି ଅଧ୍ୟକ୍ଷ

ଏହା ବି ପଢନ୍ତୁ: Film Award Controversy: ସମସ୍ତ ପକ୍ଷକୁ ନୋଟିସ୍‌, ୧୩ରେ ମାମଲାର ଚୂଡାନ୍ତ ଶୁଣାଣି

ଏହାରି ଭିତରେ ଏହି ମାମଲା ଦାଏର କରିଥିବା ସିନେ ନିର୍ଦ୍ଦେଶକ ବବି ଇସଲାମ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୁରସ୍କାର ଚୟନ କମିଟିର ସଦସ୍ୟମାନଙ୍କ ଯୋଗ୍ୟତାକୁ ନେଇ ସେ ପ୍ରଶ୍ନ କରିଥିବା ବେଳେ ପ୍ରିୟା ପ୍ରିତି ଆଧାରେ ଚଳଚ୍ଚିତ୍ର ଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।ତେବେ ଏହାର ଜବାବ ଦେଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିର ଅଧକ୍ଷ।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ 27ଟି ବର୍ଗରେ ଓଡିଆ ସିନେମାକୁ ପୁରସ୍କାର ପ୍ରଦାନ କରିଥାଏ । ଏବଂ ବିଭାଗ ପକ୍ଷରୁ ଗଠିତ ଏକ 6 ଜଣିଆ ଚୟନ କମିଟି ପୁରସ୍କାର ପାଇବା ପାଇଁ ହୋଇଥିବା ଆବେଦନଗୁଡ଼ିକୁ ସିନେମା, କଳାକାର ତଥା ସେହି ସମ୍ପର୍କିୟ ବିଭିନ୍ନ ବ୍ୟକ୍ତି ଓ ବର୍ଗ ଆଧାରରେ ଚୟନ କରି ପୁରସ୍କାର ପାଇଁ ସଂସ୍କୃତି ବିଭାଗକୁ ସୁପାରିସ କରିଥାନ୍ତି ।

ଏହା ବି ପଢନ୍ତୁ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ପରେ ‘ଛବିରାଣୀ’କୁ ନେଇ ଘନେଇଲା ବିବାଦ

କିନ୍ତୁ ଅଧିକାଶଂ ସମୟରେ ପୁରସ୍କାର ପାଇଁ ହେଉଥିବା ଚୟନ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିଥାଏ । ତେବେ ପୁରସ୍କାର ଚୟନକୁ ନିରପେକ୍ଷ ଭାବେ କରାଯାଏ ଏବଂ ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇନଥାଏ ବୋଲି କହିଛନ୍ତି ରାଜ୍ୟ ଚଳଚିତ୍ର ପୁରସ୍କାର ଚୟନ କମିଟିର ଅଦ୍ଧକ୍ଷ ସୁରେନ୍ଦ୍ର ସାହୁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.