କଟକ: ସହରର ନାୟସଡ଼କ ସ୍ଥିତ ଏକ ଫାଇନାନ୍ସ ସଂସ୍ଥାରୁ ଲୁଟ ଘଟଣାର ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ବି ଅଭିଯୁକ୍ତଙ୍କ ଟେର ପାଇନି ପୋଲିସ । ଦିନ ଦ୍ବିପ୍ରହରରେ ୪ ଅଭିଯୁକ୍ତ ଜନଗହଳି ପୂର୍ଣ୍ଣ ସ୍ଥାନରେ ବନ୍ଧୁକ ଦେଖାଇ ୧୨ କୋଟି ରୁ ଅଧିକ ଟଙ୍କା ଲୁଟିନେବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସବୁଠାରୁ ବଡ଼ କଥା ହେଉଛି ବାଇକରେ ଆସି ଲୁଟ କରିଛନ୍ତି ଲୁଟେରା । ଯାହାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ