ETV Bharat / state

କାର ହାଇୱା ମୁଁହାମୁହି ଧକା, ଜଣେ ମୃତ 3 ଗୁରୁତର - ଘଟଣାସ୍ଥଳରେ ଚାଲିଗଲା କାର ଚାଳକଙ୍କ ଜୀବନ

ହାଇୱା କାର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଚାଲିଗଲା କାର ଚାଳକଙ୍କ ଜୀବନ। । ଗୁରୁତର ଅବସ୍ଥାରେ ତିନି ଜଣ ଏସିବିରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
author img

By

Published : Apr 22, 2023, 10:59 PM IST

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ 3 ଗୁରୁତର

କଟକ: କଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା କାର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଚାଲିଗଲା କାର ଚାଳକଙ୍କ ଜୀବନ। । ଦୁର୍ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ଗୁରୁତରଙ୍କୁ ଏସିବିରେ ଭର୍ତ୍ତି କରିଥିଲା । ଏହାସହ ମୃତକଙ୍କୁ ଶରୀରକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ ପଠାଇଛି ପୋଲିସ । ତେବେ ସୂଚନା ଅନୁସାରେ ଆଜି ଅପରାହ୍ନରେ ନୂଆ ବାଜାର ସ୍କୁଲ ନିକଟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିଲା । ନୂଆବାଜାରରୁ ରଘୁନାଥପୁର ଅଭିମୁଖେ ଦୃତଗତିରେ ଯାତ୍ରା କରୁଥିବା ଇଣ୍ଡିଗୋ କାରକୁ ଅପର ପକ୍ଷରୁ କଟକ ଆଡ଼କୁ ଆସୁଥିବା ହାଇୱା ଟ୍ରକ୍ ମୁହାଁ ମୁହିଁ ଧକ୍କା ଦେଇଥିଲା ।

ଏହା ବି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ଫସି ରହିଥିବା ୧୧ ବିଦେଶୀ ଟ୍ରେକର ଉଦ୍ଧାର କଲା SDRF ଟିମ

ଫଳରେ ଇଣ୍ଡିଗୋ କାରଟି ବିପରୀତ ଦିଗକୁ ଘୁରି ପଡ଼ିଥିଲା । ଘଟଣା ସ୍ଥଳରେ ଜଣେ ବାଟୋଇ ଛିଡା ହୋଇଥିବା ବେଳେ କାରଟି ତାଙ୍କ ଦେହରେ ବାଡ଼େଇ ହୋଇ ଯିବା ଫଳରେ ବାଟୋଇ ଜଣକ ଖଣ୍ଡିଆ ଗୁରିତର ହୋଇଛନ୍ତି । ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା ଘଟିଥିଲା । ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର କର୍ମାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତିନିଜଣ ଆହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଅଧିକ ପଢ଼ନ୍ତୁ: Threat to PM Modi: କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ଗୁଇନ୍ଦା ବିଭାଗର ଛାନଭିନ୍

ଏହାସହ ଦମକଳ ବାହିନୀ କଟର ସାହାଯ୍ୟରେ କାର ଡ୍ରାଇଭରକୁ ଉଦ୍ଧାର କରିଥିଲେ । ମୃତକଙ୍କର ପରିଚୟ ମିଳି ପାରିନାହିଁ । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସିଆରଆଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ପଠାଇଛି । ପୋଲିସ ଟ୍ରକଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି । ଏଥି ସହିତ ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଅଟକି ରହିଥିବା ଯାନ ବାହାନ ଚଳାଚଳକୁ ପୋଲିସ ସଂପୂର୍ଣ୍ଣ ନିୟନ୍ତ୍ରଣ କରିଥିଲା । ରାଜରାସ୍ତା ରେ ଏପରି ଘଟଣା ସ୍ତାନୀୟ ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ପୋଲିସ ଏହି ଦିଗରେ ଅଧିକ ତଦନ୍ତ ଜାରି ରଖିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହାର ସୂଚନା ଏଯାବତ ମିଳି ପାରିନି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.