ETV Bharat / state

ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୨ ଲୁଟେରାକୁ ବାନ୍ଧିଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ

author img

By

Published : Mar 2, 2023, 12:41 PM IST

ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ୨ ଲୁଟେରାକୁ ବାନ୍ଧିଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ସେମାନଙ୍କ ନିକଟରୁ ୯୦ଟି ଫୋନ ଜବତ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

cantonment police arrested mobile lootera

କଟକ: କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ହାତରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ୱରରେ ଘର ଭଡା ନେଇ ରହି ଲୁଟ କରୁଥିଲେ ମୋବାଇଲ । ଉପର ବାଲିଯାତ୍ରା ପଡ଼ିଆରେ ଚାଲିଥିବା ଶିଶିର ମେଳାରୁ ଚୋରି କରିବା ବେଳେ ମାଡି ବସିଲା କମିଶନରେଟ ପୋଲିସ । ଭୁବନେଶ୍ୱର ଆଦିବାସୀ ମେଳା ଓ ଅନ୍ୟାନ୍ୟ ମେଳାରୁ ମଧ୍ୟ ଏମାନେ ଚୋରି କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ଏହି ଲୁଟେରା ଗ୍ୟାଙ୍ଗ ଠାରୁ ୯୦ଟି ଫୋନ ଜବତ କରିଛି କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଜବତ ହୋଇଥିବା ମୋବାଇଲର ଆନୁମାନିକ ମୁଲ୍ୟ ୧୭ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଶିବ ମହାତୋ ଓ ଅନୀଲ ଚୌହାନ । ଉଭୟ ଅଭିଯୁକ୍ତ ଝାରଖଣ୍ଡ ଓ ପଶ୍ଚିମବଙ୍ଗର ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏଡିସିପି ଏସ.କେ ସରିଫୁଦିନଙ୍କ ସୂଚନା ଦେଇଛନ୍ତି।

ଏଡିସିପିଙ୍କ ସୂଚନା ଅନୁଯାୟୀ ,"ଏମାନେ କଟକ ଭୁବନେଶ୍ୱରରେ ହେଉଥିବା ବିଭିନ୍ନ ମେଳା, ମହୋତ୍ସବ ଓ ବସ ଯାତ୍ରା ସମୟରେ ମୋବାଇଲ ଲୁଟ କରୁଥିଲେ । ଜବତ ମୋବାଇଲରେ ଅଧିକାଂଶ ଦାମିକିଆ ଫୋନ୍ ରହିଛି । ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଭଡା ଘର ନେଇ ରହୁଥିଲେ । ଏହି ଭଡା ଘରେ ହିଁ ଏମାନେ ଲୁଟ କରିବା ପାଇଁ ଯୋଜନା କରୁଥିଲେ। ବିଶେଷକରି ଭିଡ଼ ସମୟରେ ଯେଉଁମାନେ ଛାତି ପକେଟରେ ମୋବାଇଲ ରଖୁଥିଲେ, ସେମାନେ ପ୍ରଥମ ଟାର୍ଗେଟର ଶିକାର ହେଉଥିଲେ । କେହି ନଜାଣିପାରିଲା ଭଳି ମୋବାଇଲ ଲୁଟ କରୁଥିଲେ ।"

କଟକରେ ଚାଲିଥିବା ଶିଶିର ମେଳାରେ ଏମାନେ ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଲୁଟୁଥିଲେ । ମାତ୍ର କିଛି ଦିନ ପୂର୍ବରୁ ଏମାନେ ଜଣେ ବ୍ୟକ୍ତିଙ୍କ ପାଖରୁ ଲୁଟୁଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଲୋକମାନେ ଲୁଟେରାଙ୍କୁ କାବୁ କରି ପୋଲିସ ଜିମାରେ ଦେଇଥିଲେ। ସେମାନଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିବାରୁ ସବୁ କଥା ମାନିଥିଲେ । ତେବେ ଲୁଟ ସାମଗ୍ରୀକୁ ଏମାନେ ଅନ୍ୟ ରାଜ୍ୟକୁ ବିକ୍ରୀ କରୁଥିଲେ।

ଭୁବନେଶ୍ୱରରେ ଥିବା ଭଡା ଘରେ ଏମାନେ ଚୋରି ସାମଗ୍ରୀ ଗୁଡିକର ବିକ୍ରି ପାଇଁ ପ୍ରତ୍ୟକ ଦିନ ବୈଠକ କରୁଥିଲେ । ସବୁଠାରୁ ବଡ଼ କଥା ହେଉଛି ନିଜକୁ ରାଜମିସ୍ତ୍ରୀ ଓ ଦିନ ମଜୁରିଆ ବୋଲି ପରିଚୟ ଦେଇ ଭଡାରେ ରହୁଥିଲେ । ତେବେ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରଖାଯାଇଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏଡିସିପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.