ETV Bharat / state

କଟକ ଫାଇଟ୍‌: ଲୋକସଭା ପାଇଁ ହେଭିୱେଟ୍‌ ନେତାଙ୍କ ପ୍ରାର୍ଥୀପତ୍ର ଦାଖଲ - Cuttack news

କଟକ ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିଥିଲେ ହେଭିୱେଟ୍‌ ପ୍ରାର୍ଥୀ । ବିରାଟ ଶୋଭାଯାତ୍ରାରେ ବିଜେପି ଆସିଥିବାବେଳେ ବିନା ଶୋଭାଯାତ୍ରାରେ କଂଗ୍ରେସ ଓ ବିଜେଡି ଆସିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 3, 2019, 9:47 PM IST

କଟକ: ଭାଇଚାରାର ସହର କଟକ ଲୋକସଭା ଆସନରେ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି 3 ହେଭିୱେଟ୍‌ ନେତା । ବିଜେଡି ପକ୍ଷରୁ ସାଂସଦ ଭର୍ତ୍ତୁହରି ମହତାବ, କଂଗ୍ରେସ ପକ୍ଷରୁ ପଞ୍ଚାନନ କାନୁନଗୋ ଏବଂ ବିଜେପି ପକ୍ଷରୁ ପ୍ରକାଶ ମିଶ୍ର ନିଜ ନିଜ ସମର୍ଥକଙ୍କ ସହ ଆସି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି କଟକ ସଦର ନିର୍ବାଚନମଣ୍ଡଳୀ ପାଇଁ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ନାମାଙ୍କନ ଭରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଲୋକସଭା ପ୍ରାର୍ଥୀଙ୍କ ପାଇଁ ବିଜେପି ପକ୍ଷରୁ ବିରାଟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ତେବେ ଉଭୟ କଂଗ୍ରେସ ଓ ବିଜେଡି ବିନା ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ବିଜେଡି ସାଂସଦ ପ୍ରାର୍ଥୀ କହିଛନ୍ତି ଯେ ସମସ୍ତ ପ୍ରାର୍ଥୀ ପ୍ରାୟ ପରିଚିତ ।

ରାଜ୍ୟର ସ୍ବାର୍ଥକୁ ଦିଲ୍ଲୀ ଦରବାରରେ ଉଠାଇବା ଭଳି କ୍ଷମତା ବିଜେଡି ଦଳର ରହିଛି । ସେହି ଦୃଷ୍ଟିକୋଣରୁ ବିଜେଡି ସମସ୍ତଙ୍କର ପ୍ରିୟପାତ୍ର ହେବ ବୋଲି ଆଶା ପ୍ରକଟ କରିଛନ୍ତି ଭର୍ତ୍ତୁହରି ମହତାବ । କଟକରେ ଦ୍ଵିତୀୟ ସ୍ଥାନ ଅଧିକାର ପାଇଁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ ବୋଲି ବିଜେଡି ଲୋକସଭା ପ୍ରାର୍ଥୀ କହିଛନ୍ତି ।

ସେହିପରି ଚଳିତ ନିର୍ବାଚନ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜ ହେବ । ଏହି ସମସ୍ତ ଚ୍ୟାଲେଞ୍ଜଙ୍କୁ ବିଜେପି ଗ୍ରହଣ କରି ସଫଳ ହେବ ବୋଲି ବିଜେପି ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର କହିଛନ୍ତି । ନିଜର ଚାକିରି ଜୀବନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରି ସବୁଥିରେ ଉତ୍ତୀର୍ଣ୍ଣ ହୋଇଛି । ଲୋକଙ୍କର ସମର୍ଥନ ମଧ୍ୟ ମିଳିବ । ଯୁବ ସମାଜ ମଧ୍ୟ ପରିବର୍ତ୍ତନ ଚାହୁଁଛନ୍ତି । ଜନତା ନିଶ୍ଚିତ ବିଜେପିକୁ ସଫଳ କରାଇବେ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରକାଶ ମିଶ୍ର ।

ସେହିପରି କଟକ କଂଗ୍ରେସ ଲୋକସଭା ପ୍ରାର୍ଥୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ କଟକ ତାଙ୍କ କର୍ମଭୂମି । କଟକରେ ରହି ସେ ପାଠ ପଢିଛନ୍ତି । ସହରର ସମସ୍ୟା ନେଇ ଅନେକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏପରିକି ଜେଲ ଦଣ୍ଡ ମଧ୍ୟ ଭୋଗିଛନ୍ତି । କଟକରେ ସମସ୍ତଙ୍କ ସହ ସ୍ବତଃପ୍ରବୃତ୍ତ ଭାବେ ପରିଚିତ ଥିବାରୁ କଟକବାସୀ ଉଚିତ ନିଷ୍ପତି ନେବେ ବୋଲି ଆଶା ପ୍ରକଟ କରିଛନ୍ତି ପଞ୍ଚାନନ ।

ଅନ୍ୟପଟେ କଟକ ସଦର ନିର୍ବାଚନମଣ୍ଡଳୀ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା । ଶତାଧିକ କର୍ମୀଙ୍କ ସହ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନ ଭରିଛନ୍ତି । ଏହି ଅବସରରେ କଟକ ଲିଙ୍କରୋଡ ଠାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା କରାଯାଇଥିଲା । ଆଗାମୀ ନିର୍ବାଚନରେ ବିଜୟ ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.